ଓଡ଼ିଶା365(ବ୍ୟୁରୋ): ମର୍ଯ୍ୟାଦାଜନକ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ସହିତ ନୀରଜ ଚୋପ୍ରାଙ୍କୁ ପୁରସ୍କାର ରାଶି ବାବଦକୁ ମିଳିଛି ୭୦ ହଜାର ଡଲାର୍ ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୫୮ ଲକ୍ଷ ଟଙ୍କା। ରୌପ୍ୟ ପଦକ ଜିତି ପାକିସ୍ତାନକୁ ସର୍ବପ୍ରଥମ ବିଶ୍ବ ପଦକ ଦେଇଥିବା ଅର୍ଶଦ ନଦୀମଙ୍କୁ ଏହାର ଅଧା ଅର୍ଥାତ୍ ୩୫ ହଜାର ଡଲାର୍ ଅର୍ଥାତ ୨୯ ଲକ୍ଷ ଟଙ୍କା ଏବଂ ଚେକ୍ ରିପବ୍ଲିକ୍ର ଜାକବ୍ ଭେଦଲେଚ୍ଙ୍କୁ ମିଳିଛି ୨୨ ହଜାର ଡଲାର୍ (ପ୍ରାୟ ୧୮ ଲକ୍ଷ ଟଙ୍କା)। ଅଲିମ୍ପିକ୍ ଚାମ୍ପିଅନ୍ ଏବଂ ବିଶ୍ବ ଚାମ୍ପିଅନ୍ ମୁକୁଟକୁ ଏକକାଳୀନ ଜିତିବାରେ ନୀରଜ ମଧ୍ୟ ବଂଧୁକଚାଳକ ଅଭିନବ ବିନ୍ଦ୍ରାଙ୍କ ପରେ ଦ୍ବିତୀୟ ଭାରତୀୟ ହୋଇଛନ୍ତି। ବିନ୍ଦ୍ରା ୨୩ ବର୍ଷ ବୟସରେ ଅଲିମ୍ପିକ୍ସ ଏବଂ ୨୫ ବର୍ଷ ବୟସରେ ବିଶ୍ବ ବିଜେତା ହୋଇଥିଲେ। ନୀରଜ ୨୦୨୧ରେ ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ୨୦୨୨ ସଂସ୍କରଣ ବିଶ୍ବ ଦୌଡ଼କୁ୍ଦରେ ରୌପ୍ୟ ପଦକ ଜିତିଥିଲେ। ଏବେ ସ୍ବର୍ଣ୍ଣ ପଦକ ସହିତ ନିଜ ସଂକ୍ଷିପ୍ତ ତଥା ସଫଳ ଖେଳ ଜୀବନରେ ସବୁ ପ୍ରମୁଖ ପଦକ ଜିତିବାର ବିରଳ କୃତିତ୍ବ ଅର୍ଜନ କରିଛନ୍ତି।