ଓଡ଼ିଶା 365 (ବ୍ୟୁରୋ): ଆପଣ ଅନେକ ସମୟରେ ଦେଖିଥିବେ ହୋଟେଲର କ୍ୟାସ କାଉଣ୍ଟର ନିକଟରେ ଏକ ପ୍ଲେଟରେ ପାନମଧୁରୀ ଓ ମିଶ୍ରି ମିଶାଇ ରଖାଯାଇଥାଏ । ଲୋକମାନେ ଖାଇସାରିବା ପରେ ପାନମଧୁରୀ ଓ ମିଶ୍ରି ଖାଇଥାନ୍ତି । ଆପଣ ମାନେ ଭାବୁଥିବେ ଯେ ଖାଇବା ପରେ ପାଟିରୁ ବାହାରୁ ଥିବା ଖାଦ୍ୟର ବାସ୍ନାକୁ ଦୂର କରିବାକୁ ଏଭଳି ପାନ ମଧୁରୀ ଓ ମିଶ୍ରି ସେବନ କରାଯାଏ । ହେଲେ ଏହା ପଛରେ ଅନେକ ରହସ୍ୟ ରହିଛି ।
ପାନ ମଧୁରୀ ଓ ମିଶ୍ରି ପାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଏଥିରେ ଥିବା ପୋଷକ ତତ୍ୱ ଶରୀର ପାଇଁ ଖୁବ ହିତକର । ଶରୀରରେ ଥିବା ହିମୋଗ୍ଲୋବିନ ସ୍ତରର ଯେକୌଣସି ଅସୁବିଧାକୁ ପାନ ମଧୁରୀ ଓ ମିଶ୍ରି ଦୂର କରିବାରେ ସହାୟକ ହୋଇଥାଏ ।
ଏହାସହ ଏନିମିଆ ରୋଗରେ ପୀଡିତ ହୋଇ ରୋଗୀ ମଧ୍ୟ ପାନ ମଧୁରୀ ଓ ମିଶ୍ରି ସେବନ କରିବା ଉଚିତ । ମୁଣ୍ଡ ବୁଲାଇବା, ଥକ୍କା ଲାଗିବା, ଥଣ୍ଡା ଓ କାଶ ହେଉଥିଲେ ପାନ ମଧୁରୀ ଓ ମିଶ୍ରି ସେବନ କଲେ ଏଥିରୁ ମୁକ୍ତି ମିଳିଥାଏ ।