ଓଡ଼ିଶା ୩୬୫(ବ୍ୟୁରୋ): ମ୍ୟାଡାମ କ୍ୟୁରୀ ହେଉଛନ୍ତି ବିଶ୍ୱର ପ୍ରଥମ ମହିଳା । ଯିଏ କି ଦୁଇ ଦୁଇ ଥର ନୋବେଲ ପୁରସ୍କାର ପାଇଛନ୍ତି। ରେଡିୟମ ଆବିଷ୍କାର କରିଥିବାରୁ ତାଙ୍କୁ ନୋବେଲ ପୁରସ୍କାର ମିଳିଥିଲା। ଆପଣ ଜାଣନ୍ତି କି, ରେଡିୟମ ଏକ ଅତ୍ୟନ୍ତ ମୂଲ୍ୟବାନ ଓ ଧାତବ ପଦାର୍ଥ। ଯାହା କୋଟି କୋଟି କ୍ୟାନସର ରୋଗୀଙ୍କୁ ଭଲ କରିଥାଏ । ମ୍ୟାଡାମ କ୍ୟୁରୀ ଦେଖିବାକୁ ଯେତିକି ସୁନ୍ଦର ସେତିକି ସୁନ୍ଦର ପାଠ ମଧ୍ୟ ପଢ଼ୁଥିଲେ । ତାଙ୍କର ସ୍ମରଣ ଶକ୍ତି ଥିଲା ଅସାଧାରଣ। ସେ ପାଠ ପଢିବା ସମୟରେ ତାଙ୍କ ଚାରି ପାଖେ କଣ ହେଉଛି ସେ ନିଜେ ଜାଣିପାରନ୍ତି ନାହିଁ।
୧୮୬୭ ମସିହା ନଭେମ୍ବର ୭ ତାରିଖରେ ମ୍ୟାଡାମ କ୍ୟୁରୀ ଜନ୍ମ ଗ୍ରହଣ କରିଥିଲେ। ପିଲା ବେଳେ ତାଙ୍କ ନାଁ ଥିଲା ମେରୀ। ବାପା ମାଆ ଶ୍ରଦ୍ଧାରେ ଡାକନ୍ତି ମାନିଆ । ତାଙ୍କର ଆଉ ଚାରି ଜଣ ଭାଇ ଭଉଣୀ ଥିଲେ। ସେମାନେ ସମସ୍ତେ ପୋଲାଣ୍ତ ଦେଶର ଅଧିବାସୀ। ମାନିଆ ପ୍ୟାରିସ୍ ର ଜଣେ ଯୁବ ବୈଜ୍ଞାନିକ ଅଧ୍ୟାପକ ପେରି କ୍ୟୁରୀଙ୍କୁ ବିବାହ କରିଥିଲେ । ସ୍ବାମୀ ସ୍ତ୍ରୀ ଦୁହେଁ ଗବେଷଣା କାର୍ୟ୍ୟରେ ଲାଗିପଡ଼ନ୍ତି। ଦିନେ ସାରା ପୃଥିବୀରେ ଚହଳ ପକାଇ ସେ ଦୁହେଁ ଆବିଷ୍କାର କରିଥିଲେ ରେଡିୟମ୍। ରେଡିୟମ୍ କୁ ସେ ନିଜର ବ୍ୟକ୍ତିଗତ ସମ୍ପତ୍ତି ନ କରି ସମଗ୍ର ମାନବ ଜାତି ଉଦେଶ୍ୟରେ ଟେକି ଦେଇଥିଲେ ।
ଆପଣ ଜାଣି ଆର୍ଶ୍ଚଯ୍ୟ ହେବେ ଯେଉଁ ରେଡିୟମ ପାଇଁ ସେ ସାରା ବିଶ୍ବରେ ପରିଚୟ ପାଇଲେ ସେଇ ରେଡିୟମ ହିଁ ମେରୀଙ୍କ ଜୀବନ ନେଲା । ରେଡିୟମର ମାରାତ୍ମକ ବିଷ ତାଙ୍କ ଦେହ ସାରା ଚରି ଯାଇଥିଲା। ତାଙ୍କ ରକ୍ତ ବିଷାକ୍ତ ହୋଇଯାଇଥିଲା। ସେ ଅସୁସ୍ଥ ଓ ଦୃର୍ବଳ ହୋଲି ମୃତ୍ୟୁବରଣ କରିଥିଲେ । ହେଲେ ତାଙ୍କର ମହାନ କାମ ପାଇଁ ଆଜିି ବି ସେ ସମସ୍ତଙ୍କ ମନରେ ଉଜ୍ଜିବିତ ହୋଇ ରହିଛନ୍ତି ।