ଓଡ଼ିଶା 365 (ବ୍ୟୁରୋ) : ପବିତ୍ର ରକ୍ଷାବନ୍ଧନ ପର୍ବ ଅବସରରେ ଦେଶବାସିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ରକ୍ଷାବନ୍ଧନ ପର୍ବ ଅବସରରେ ଦେଶବାସିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି । ରକ୍ଷାବନ୍ଧନ ହେଉଛି ଆମ ପରମ୍ପରାର ପ୍ରତିବିମ୍ବ ବୋଲି କହିଛନ୍ତି ମୋଦି । ଏହି ପର୍ବ ସମସ୍ତଙ୍କ ଜୀବନରେ ସ୍ନେହ ଓ ସଦଭାବନା ଭରି ଦେଉ ବୋଲି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।