ଓଡ଼ିଶା 365 (ବ୍ୟୁରୋ): ଆଜିଠୁ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରରେ ତେଜସ କୋଚ ଯୋଡ଼ିବ। ଏହାପରେ ଏହି ସ୍ବତନ୍ତ୍ର କୋଚ୍ ସହ ରାଜଧାନୀ ଏକ୍ସପ୍ରେସର ଚଳାଚଳ କରିବ । ବୁଧବାର ଓ ରବିବାର ଭୁବନେଶ୍ୱରରୁ ଛାଡୁଥିବା ଏବଂ ସୋମବାର ଓ ଶୁକ୍ରବାର ନୂଆଦିଲ୍ଲୀରୁ ଛାଡୁଥିବା ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସରେ ଲାଗିବ ତେଜସ କୋଚ । ଏହିଏକ୍ସପ୍ରେସ ଅଗଷ୍ଟ ୩୦ରୁ ଭୁବନେଶ୍ୱରରୁ ଏବଂ ସେପ୍ଟେମ୍ବର ୧ରୁ ନୂଆଦିଲ୍ଲୀରୁ ଚାଲିବ ।
ସୂଚନାଯୋଗ୍ୟ, ରାଜଧାନୀ ଏକ୍ସପ୍ରେସକୁ ତେଜସ କୋଚ ସହ ଚଳାଚଳ ପାଇଁ ଅଗଷ୍ଟ ୧୪ରେ ଉଦଘାଟନ ହୋଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଏହାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ତେଜସ କୋଚଗୁଡିକରେ ଅତ୍ୟାଧୁନିକ ସୁବିଧା ରହିଛି । ଅନ୍ୟ ଟ୍ରେନତୁଳନାରେ ଏଥିରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ବ୍ୟବସ୍ଥା କରା ଯାଇଛି । ଯେମିତି, ଇଲେକ୍ଟ୍ରୋ-ପେନ୍ୟୁମାଟିକ ସହାୟକ ହୋଇଥିବା ବ୍ରେକ୍, ସ୍ୱୟଂଚାଳିତ ପ୍ରବେଶ ପ୍ଲଗ୍ ଦ୍ୱାର, ସିଟ୍ଗୁଡ଼ିକରେ ପୁନଃ ଡିଜାଇନ୍ ହୋଇଛି । ଏଥିସହିତ ଏଥିରେ ଇ-ଲେଦର ଚଟାଣ, ବାୟୋ-ଟଏଲେଟ୍, ଯାତ୍ରୀ ସୂଚନା ପ୍ରଣାଳୀ, ଡିଜିଟାଲ୍ ଗନ୍ତବ୍ୟସ୍ଥଳ ବୋର୍ଡ, ଇଲେକ୍ଟ୍ରୋନିକ୍ ଯାତ୍ରୀ ସଂରକ୍ଷଣ ଚାର୍ଟ, ଅଗ୍ନି ଓ ଧୂଆଁ ଚିହ୍ନଟ ପ୍ରଣାଳୀ, ସିସିଟିଭି କ୍ୟାମେରା, ଉନ୍ନତ ଶୌଚାଳୟ ଆଦି ସୁବିଧା ଉପଲବ୍ଘ ରହିଛି।