ଓଡ଼ିଶା 365 (ବ୍ୟୁରୋ) : ଚନ୍ଦ୍ରରେ ରହିଛି ସଲଫର, ଆଲୁମିନିୟମ ଭଳି ଏନେକ ଅନେକ ଖଣିଜ ପଦାର୍ଥ ରହିଛି ବୋଲି ଇସ୍ରୋ ସୂଚନା ଦେଇଛି । ଚନ୍ଦ୍ରର ପୃଷ୍ଠରେ ବୁଲୁଥିବା ପ୍ରଜ୍ଞାନ ରୋଭର ଏହି ତଥ୍ୟ ସଂଗ୍ରହ କରିଥିବା ନେଇ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା କହିଛି । ସୂଚନା ଅନୁସାରେ, ଚନ୍ଦ୍ରର ଦକ୍ଷିଣ ପୋଲରେ ସଲଫର, ଆଲୁମିନିୟମ, କ୍ୟାଲସିୟମ, ଲୁହା, କ୍ରୋମିୟମ, ଟାଇଟାନିୟମ, ମାଙ୍ଗାନିଜ, ସିଲିକନ ଏବଂ ଅମ୍ଳଜାନ ଥିବା ସ୍ପଷ୍ଟ କରିଛି ପ୍ରଜ୍ଞାନ ରୋଭର । ଏହି ଭବର ସମଗ୍ର ବିଶ୍ୱକୁ ଏବ ବଡ଼ ଖୁସି ଦେଇଛି ।