ଓଡ଼ିଶା 365 (ବ୍ୟୁରୋ): ଇତିହାସ ହୋଇଗଲାଣି କଳାପାହାଡର କଳା କାହାଣୀ। କାହିଁକି ଓଡିଶାର ବିଭିନ୍ନ ମନ୍ଦିର ଉପରେ କରିଥିଲା ଆକ୍ରମଣ, କିଏ ସେ କଳାପହାଡ? କାହିଁକି ହିନ୍ଦୁ ଧର୍ମ ବଦଳାଇ ହୋଇଥିଲା ମୁସଲମାନ । ଶ୍ରୀମନ୍ଦିର ଉପରେ କରିଥିଲା ଆକ୍ରମଣ ଲୁଚାଇବାକୁ ପଡିଥିଲା ବିଗ୍ରହଙ୍କୁ । ଧ୍ବସଂ କରିଦେଇଥିଲା କୋଣାର୍କର ମୁଖ୍ୟ ମନ୍ଦିର। ଆଜି ବି ମନେପଡେ କଳାପାହାଡର କଳା ଇତିହାସ। ତା ନାଁ ଶୁଣିବା ମାତ୍ରେ ଦେବାଦବୀଙ୍କୁ ଗୁପ୍ତ ଜାଗାରେ ଲୁଚାଇ ଦିଆଯାଉଥିଲା। ରାଜ୍ୟ ହେଉଥିଲା ଥରହର । କଳାପାହାଡର ନାଁ ଥିଲା କଳାଚାନ୍ଦ ରାୟ। ଜାତିରେ ଥିଲା ସେ ବ୍ରାହ୍ମଣ,ପରେ ପରେ ହିନ୍ଦୁ ଧର୍ମକୁ ବଦଳାଇ ମୁସଲିମ ହୋଇଥିଲା। କଳାପାହାଡ଼ ଯିଏ ମୁସଲମାନ ଶାସକ ବେଙ୍ଗଳ ମୋଗଲ ଶାସକ ସୁଲତାନ ସୁଲେମାନ କିରାନିଙ୍କର ସେନାମୁଖ୍ୟ ଥିଲେ। ଜଣେ ଦକ୍ଷ ବୀର ଯୋଦ୍ଧା,ବିଶାଳ ଶକ୍ତିର ଅଧିକାରୀ ଥିଲେ ସେ ।ତାଙ୍କ ବୀରତ୍ବ ସାହାସ ଦେଖି ତାଙ୍କ ଉପରେ ଆକୃଷ୍ଟ ହୋଇଥିଲେ ସୁଲେମାନଙ୍କ ରାଣୀଙ୍କ କନ୍ୟା ଦୁଲାରୀ ।
କନ୍ୟାଙ୍କ ପ୍ରେମରେ କଳାଚାନ୍ଦ ପଡ଼ିଗଲେ । ଇସଲାମ ଧର୍ମ ଗ୍ରହଣ କଲେ ବିବାହ କରିବାକୁ ସର୍ତ୍ତ ରଖିଥିଲେ ସୁଲେମାନ କିନ୍ତୁ କଳାଚାନ୍ଦ ହିନ୍ଦୁ ମତରେ ବିବାହ କରିବାକୁ ଇଚ୍ଛା କରିଥିଲେ ।ସେତେବେଳେ ଉତ୍କଳର ଶେଷ ସମ୍ରାଟ ଥିଲେ ମୁକୁନ୍ଦଦେବ ।
ସେ ବିବାହକୁ ସମ୍ମତି ଦେଇନଥିଲେ, କଳାଚାନ୍ଦ କ୍ରୋଧରେ ସେହି କନ୍ୟାଙ୍କୁ ବିବାହ କରି ନିଜର ନାମ ପରିବର୍ତ୍ତନ କରିଥିଲେ। ପୂର୍ବରୁ ତାଙ୍କର ୨ହିନ୍ଦୁ ପତ୍ନୀ ଥିଲେ। ବିବାହର କିଛି ଦିନ ପରେ ସେ ପତ୍ନୀମାନଙ୍କ ପାଖକୁ ଫେରିବାକୁ ଚାହିଁଲେ। କିନ୍ତୁ ସମାଜରେ ଆରମ୍ଭ ହୋଇଯାଇଥିଲା ବିବାଦ ଜାତିକୁ ନେଇ। କଳାପାହାଡ ଧର୍ମ ପରିବର୍ତ୍ତନ ପାଇଁ ପୁରୀ ମୁକ୍ତିମଣ୍ଡପ ଯିବାକୁ ଧର୍ମବିଦମାନେ କହିଲେ, ସେଠାରେ ସେ ମଧ୍ୟ ପହଞ୍ଜିଲେ ହେଲେ ବ୍ରାହ୍ମଣମାନେ ରାଜି ହୋଇନଥିଲେ । ତାଙ୍କୁ ତିରସ୍କାର କରିଥିଲେ। ସେ ହତାଶ ହୋଇ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ। ମାତ୍ର ସେ ସଫଳ ହୋଇ ନଥିଲେ,ବରଂ ବିବାଦ ଆହୁରୀ ବଢିବାରେ ଲାଗିଲା। ସେ ପୁଣି ମୁସଲମାନଙ୍କ ବେଶଭୂଷା ଆପଣେଇ ନେଲେ। ହିନ୍ଦୁ ଧର୍ମକୁ ଘୃଣା କରିବାକୁ ଲାଗିଲେ।
ପରେ ପରେ ଓଡିଶାରେ ରଚିଲେ ଧ୍ବସଂଲିଳା। ସେତେବେଳେ ଓଡିଶାରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଶାସନ ଚାଲିଥାଏ। ଦିଲ୍ଲୀ ଦରବାରରେ ଥାଆନ୍ତି ଆକବର। ମୁକୁନ୍ଦଦେବଙ୍କ ସହ ତାଙ୍କ ତାଙ୍କର ଭଲ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଥାଏ। ମୁକୁନ୍ଦ ଦେବଙ୍କୁ ନିତୀ ଶିକ୍ଷା ଦେବା ପାଇଁ ସୁଲେମାନଙ୍କ ପତ୍ନୀ ସେନାବାହୀନୀକୁ ୨ଭାଗରେ ବିଭକ୍ତ କରିଥିଲେ । ଗୋଟେ ଭାଗର ଦାୟିତ୍ବ ନିଜେ ଅନ୍ୟଟି ଦାୟିତ୍ବ ତାଙ୍କ ପୁତ୍ର ବାୟଜିତକୁ ଦେଇଥିଲେ । ତାଙ୍କ ସହଯୋଗ ପାଇଁ କଳାପାହାଡକୁ ଦେଇଥିଲେ ନିୟୁକ୍ତି। ରାଜା ମୁକୁନ୍ଦ ଦେବ ପ୍ରଥମେ ଲଢ଼େଇ କଲେ ପରେ ପରେ କୁଟସୀମା ଦୁର୍ଗରେ ଆଶ୍ରୟ ନେଲେ । ସୁଲେମାନଙ୍କ ରାଣୀ କୁଟସୀମା ଦୁର୍ଗ ଅଧିକାର ପରେ କଳାପାହାଡଙ୍କ ସହ ବାୟଜିତ ଓଡିଶା ଆସି ପ୍ରଥମେ କଟକ ପରେ ଯାଜପୁର, ସମ୍ବଲପୁର ମଧ୍ୟ ଦଖଲ କରିଥିଲେ। ଏହି ସମୟରେ ସାରଙ୍ଗ ଗଡର ସୀମାନ୍ତ ରାଜା ରାମଚନ୍ଦ୍ର ଭଞ୍ଜ ଆଫଗାନସେନାକୁ ବିରୋଧ କରିବା ପରିବର୍ତ୍ତେ ନିଜକୁ ରାଜା ବୋଲି ଘୋଷଣା କଲେ। ରାଜା ମୁକୁନ୍ଦ ଦେବ ସୁଲେମାନଙ୍କ ରାଣୀଙ୍କ ସହ ସନ୍ଧି କରି କଟକ ଆସିଲେ ପରେ ଗୋହିରା ଟିକିର ଠାରେ ରାମଚନ୍ଦ୍ର ଭଞ୍ଜଙ୍କ ସହ ଯୁଦ୍ଧ କରି ନିହତ ହୋଇଥିଲେ । ମାତ୍ର ରାମଚନ୍ଦ୍ରଙ୍କ ଖୁସି ବେଶି ସମୟ ରହିନଥିଲା । ଆଫଗାନସେନା ଦ୍ବାରା ପରାଜିତ ହୋଇଥିଲେ,ତାପରେ ଓଡିଶା ବଙ୍ଗ ସୁଲତାନଙ୍କ ଅଧିନରେ ରହିଲା। ୧୫୩୮ ଖ୍ରୀଷ୍ଟାର୍ଦ୍ଧରେ ଓଡିଶାରେ ଆରମ୍ଭ ହୋଇଥିଲା ଆଫଗାନି ଶାସନ। ପରେ ପରେ ବର୍ବର କାଣ୍ଡ ରଚିଥିଲା କଳାପାହାଡ।
ମାଦଳା ପାଞ୍ଜିରେ କଳାପାହାଡ଼ କୋଣାର୍କ ମୁଖମନ୍ଦିର, ଗର୍ବଗୃହ ଭାଙ୍ଗିଦେଇଥିବା କଥା ଉଲ୍ଲେଖ ରହିଛି। ପୁରୀ ଶ୍ରୀମନ୍ଦିର ସହିତ କୋଣାର୍କ ମୁଖମନ୍ଦିର,ଗର୍ବଗୃହ ଭାଙ୍ଗିଦେଇଥିଲା। ଓଡିଶାର ବିଭିନ୍ନ ପ୍ରାଚିନ ମନ୍ଦିର ଉପରେ ୧୫୬୮ରୁ ୧୭୩୫ ମଧ୍ୟରେ ମୋଗଲ ଶାସକ ମାନେ ଆକ୍ରମଣ ଓ ଲୁଣ୍ଠନ କରିଥିଲେ। ଆଜି ବି ଓଡିଶାର ଏମିତି ଅନେକ ପ୍ରାଚୀନ ମନ୍ଦିର ରହିଛି। ସେ ସମୟର ମୋଗଲ ଶାସକଙ୍କ ବର୍ବରଚିତ କାଣ୍ଡକୁ ବଖାଣୁଛି। ଉତ୍କଳ ବିଭିନ୍ନ ମନ୍ଦିର ଉପରେ ମୋଗଲ ଶାସକ ମାନେ ଆକ୍ରମଣ କରିଥିଲେ। ହିନ୍ଦୁ ସଂସ୍କୃତି ଓ ଧର୍ମୀୟ ଭାବନାକୁ ନଷ୍ଟ କରିବା ଦିଗରେ ଠିକ୍ ସେହି ସମୟରେ କଳା ପାହାଡ ବା କଳାଚାନ୍ଦ ରାୟ ବିଭିନ୍ନ ମନ୍ଦିର ଉପରେ ଆକ୍ରମଣ କରିଥିଲା।
କଳାପାହାଡ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା ଯାହାଫଳରେ ଓଡିଆମାନେ ମହାପ୍ରଭୁଙ୍କୁ ଚିଲିକାର ଏକ ଦ୍ବୀପରେ ଲୁଚାଇ ରଖିଥିଲେ। ଏକଥା ଜାଣିବା ପରେ ସେ ବିଗ୍ରହଙ୍କୁ ହାତୀ ପିଠିରେ ଟାଣି ଟାଣି ନେଇ ଗଙ୍ଗାନଦୀ କୂଳରେ ନିଆଁ ଲଗାଇ ଦେଇଥିଲା, କିନ୍ତୁ ମହାପ୍ରଭୁଙ୍କ ଅପାର ମହିମା ଥିବାରୁ ତାହା ପୋଡିନଥିଲା । ବିସର ମହାନ୍ତି ନାମକ ଜଣେ ବ୍ୟକ୍ତି ଅର୍ଧଦଗ୍ଧ ବିଗ୍ରହରୁ ବ୍ରହ୍ମ ବାହାର କରି ମୃଧଙ୍ଗରେ ପୁରାଇ ନେଇଆସିଥିଲେ ପୁରୀ। ତାପରେ ସ୍ବତନ୍ତ ନବକଳେବର ଆୟୋଜନ ହୋଇ ବ୍ରହ୍ମ ସ୍ଥାପନ ହୋଇଥିଲା ।
ପୁଣି ଥରେ ତିଆରି ହୋଇଥିଲେ ଦାରୁ ଦିଅ ତାଙ୍କ ସାହାସୀକତା ପାଇଁ ଓଡିଆ ଜାତି ତାଙ୍କୁ ସବୁ ଦିନ ପାଇଁ ମନେ ରଖିବ। କିମ୍ବଦନ୍ତୀ କହେ ସମ୍ବଲପୁରର ସମଲେଶ୍ୱରୀ କଲେଜ ନିକଟରେ ମହାନଦୀ କୁଳରେ ଥିବା ଆମ୍ବ ବଗିଚାରେ କଳାପାହାଡ଼ ତଥା ତାଙ୍କର ସୈନ୍ୟ ସାମନ୍ତଙ୍କର ସମାଧି ଥିଲା । ୨୦୦୬ ମସିହାରେ କିଛି ସ୍ଥାନୀୟ ଲୋକ ଏହି ସମାଧି ନଷ୍ଟ କରିଦେଇଥିଲେ । କଳାହାପାଡାର କଳା ଇତିହାସ ଆଜି କଳା ଅତୀତ ହୋଇ ରହିଛି।