ଓଡ଼ିଶା 365 (ବ୍ୟୁରୋ) : ସାରା ବିଶ୍ବରେ ରହିଛି ଅନେକ ନଦୀ । କିନ୍ତୁ ଏମିତି କିଛି ନଦୀ ଅଛି ଯାହା ରହସ୍ୟମୟ ଭିତରେ ରହିଛି । ବାସ୍ତବରେ ଏମିତି ଏକ ନଦୀ ଅଛି ଯିଏକି ନିଜ ଉତ୍ପତିସ୍ଥଳରୁ ବାହାରିଥାଏ କିନ୍ତୁ କିଛି ବାଟ ଯିବା ପରେ ଅଦୃଶ୍ୟ ହୋଇଯାଇଥାଏ । ଏହିପରି ଏକ ନଦୀଟି ୟୁରୋପ ରହିଛି । ଏହାର ନାଁ ହେଉଛି ଡେନ୍ୟୁବ । ଡେନ୍ୟୁବ୍ ନଦୀ ଜର୍ମାନର ବ୍ଲାକ୍ ଫରେଷ୍ଟରୁ ବାହାରିଥାଏ । ଡେନ୍ୟୁବ ନଦୀ ହ୍ରଦର ଦକ୍ଷିଣକୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ହୁଏ । ଯେଉଁଠାରେ ଏହା ସ୍ୱିଜରଲ୍ୟାଣ୍ଡର ବେସେଲ୍ ସହରରେ ପହଞ୍ଚିଥାଏ । ଏଠାରୁ ଏହା ୯୦ ଡିଗ୍ରୀ ବୁଲି ଉତ୍ତର ଆଡକୁ ଗତି କରେ । ଏଠାରେ କନଷ୍ଟାଣ୍ଟ ହ୍ରଦରେ ମିଶିଥାଏ ଡେନ୍ୟୁବ୍ ନଦୀ । କିନ୍ତୁ ଡେନ୍ୟୁବ୍ କେବେ ହ୍ରଦ ଭିତରକୁ ପ୍ରବେଶ କରେ ନାହିଁ, କିନ୍ତୁ ଏହାର କିଛି ଜଳ କନଷ୍ଟାଣ୍ଟ ହ୍ରଦରେ ପ୍ରବେଶ କରେ । ଯେଉଁଠାରେ ଏହା ଘଟେ, ଏହାକୁ ଡେନ୍ୟୁବ୍ ସିଙ୍କହୋଲ କୁହାଯାଏ। ଏହି ପ୍ରକ୍ରିୟା ଇମେନଣ୍ଡିଜେନ୍ ନାମକ ସହରରେ ହୋଇଥାଏ ।
ପ୍ରଥମ ଥର ପାଇଁ ୧୮୭୪ ମସିହାରେ ଡେନ୍ୟୁବ୍ ନଦୀ ନିଖୋଜ ହୋଇଥିବାର ଚର୍ଚ୍ଚା ହୋଇଥିଲା । ଏହି ନଦୀ ନିଜ ରାସ୍ତାର ୨୩ରୁ ୨୪ କିଲୋମିଟର ଯିବା ପରେ ଗାଏବ୍ ହୋଇଯାଇଥାଏ । ବାସ୍ତବରେ ଏଠାରେ ଡେନ୍ୟୁବ୍ ନଦୀ ବଡ଼ ଗୁମ୍ଫାରେ ପ୍ରବେଶ କରେ ଏବଂ ଦକ୍ଷିଣ ଦିଗକୁ ପ୍ରବାହିତ ହେବାକୁ ଲାଗିଥାଏ । ଗ୍ରୀଷ୍ମ ଋତୁରେ ଏହି ନଦୀ ପ୍ରାୟ ୧୫୫ ଦିନ ପାଇଁ ଅଦୃଶ୍ୟ ହୋଇଯାଏ । କିନ୍ତୁ ତା’ପରେ ଏହା ଦେଖିବାକୁ ମିଳେ । ଯେତେବେଳେ ଏହି ନଦୀ ଅଦୃଶ୍ୟ ହୁଏ ନାହିଁ, ଏହାର କିଛି ଅଂଶ ସିଙ୍କହୋଲରେ ପଡ଼େ । ଅବଶିଷ୍ଟ ନଦୀ ୟୁରୋପ ପାର ହୋଇ ରୋମାନିଆର କଳା ସାଗରରେ ପଡ଼େ । ଏହି ନଦୀ ଗୁମ୍ଫା ଦେଇ ଇପଟପର ୧୨ କିଲୋମିଟର ଆଗରେ ବାହାରିଥାଏ। ଏହାର ଶୀର୍ଷରେ ଡେନ୍ୟୁବ୍ ଏକ ନୂଆ ନଦୀ ହୋଇଯାଏ । ଯାହା ରେଡଫୋଲଜେଲର୍ ଆଚ୍ ନଦୀ ଭାବେ କନଷ୍ଟାଣ୍ଟ ହ୍ରଦକୁ ପ୍ରବାହିତ ହୋଇଛି ।