ଓଡ଼ିଶା 365 (ବ୍ୟୁରୋ): ବିଶ୍ବାସ ଓ ଭରଷାର ପର୍ବ ରାକ୍ଷୀ। ଏହି ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀଟିଏ ମଙ୍ଗଳ ମନାସି ଭାଇ ହାତରେ ବାନ୍ଧେ ଦିଏ ରାକ୍ଷୀ । ସ୍ନେହ ଓ ସୁରକ୍ଷାର ଅଳି କରେ। ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ ।ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରେ । ଭଉଣୀର ରାକ୍ଷୀ ବଦଳରେ ଭାଇ ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ତାର ସୁଖ ଦୁଖଃରେ ସାଥି ହୋଇଥାଏ। ହେଲେ ଚଳିତ ବର୍ଷ ରାକ୍ଷୀପୂର୍ଣ୍ଣିମା ଅଗଷ୍ଟ୩୦ ଓ ୩୧ ତାରିଖରେ ପାଳନ କରାଯିବ। ରାକ୍ଷୀ ବାନ୍ଧିବାର ସମୟ ଓ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଏହାଦ୍ୱାରା ଭାଇଙ୍କୁ ସୁଖ ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।
ଜ୍ୟୋତିର୍ବିଦଙ୍କ କହିବା ଅନୁଯାୟୀ, ରାକ୍ଷୀ ବାନ୍ଧିବା ସମୟରେ ଭଉଣୀଙ୍କ ମୁହଁ ପଶ୍ଚିମ ଦିଗକୁ ହେବା ଉଚିତ୍। ସେହିପରି ଭାଇଙ୍କ ମୁହଁ ପୂର୍ବ ଦିଗକୁ ହେବା ଉଚିତ। ନଚେତ୍ ଭାଇ ଉତ୍ତର ଦିଗକୁ ମୁହଁ କରି ବସିବେ। ଏହି ଦୁଇ ଦିଗ ଶୁଭ ବୋଲି କୁହାଯାଉଛି । । ଏହି ଦିଗରେ ବିଶେଷ କରି ଦେବୀଦେବତାଙ୍କ ବାସ ରହିଥିବାରୁ ଶୁଭଫଳ ପ୍ରାପ୍ତି ହୋଇଥାଏ । ଅନ୍ୟପଟେ, ସୂର୍ୟ୍ୟୋଦୟ ଠାରୁ ଆରମ୍ଭ କରି ସୂର୍ୟ୍ୟୋସ୍ତ ପର୍ୟ୍ୟନ୍ତ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରି ରାକ୍ଷୀ ପିନ୍ଧିବା ଉଚିତ। ଏହାଦ୍ୱାରା ଭାଇଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।