ଓଡ଼ିଶା 365(ବ୍ୟୁରୋ): ଚନ୍ଦ୍ରଯାନ-୩ର ସଫଳତା ପରେ ସୂର୍ୟ୍ୟ ଅଭିଯାନ। ସୂର୍ୟ୍ୟ ସର୍ମ୍ପକୀୟ ଅଧ୍ୟୟନ ପାଇଁ ଆଦିତ୍ୟ ଏଲ-୧ର ଲଞ୍ଚିଂ ସମୟ ଘୋଷଣା କରିଛି ଇସ୍ରୋ । ଏନେଇ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ସେପ୍ଟେମ୍ବର ୨, ୧୧ଟା ୫୦ମିନଟ୍ ସମୟରେ ଶ୍ରୀହରିକୋଟାରୁ ପିଏସଏଲଭିସି-୫-୭ ଜରିଆରେ ହେବ ଲଞ୍ଚ । ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ପୁଣି ରଚିବ ନୂଆ ଇତିହାସ । ଚନ୍ଦ୍ରଯାନ ୩ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଏବେ ସୂର୍ୟ୍ୟଙ୍କ ଉପରେ ଗବେଷଣା କରିବାକୁ ସ୍ପେସକ୍ରାପ୍ଟ ପଠାଇବ ଇସ୍ରୋ । ଆଦିତ୍ୟ ଏଲ-୧ର କାର୍ୟ୍ୟସମୟ ରହିବ ୪ ମାସ । ପୃଥିବୀ ଠାରୁ ସୂର୍ୟ୍ୟ ପ୍ରାୟ ୧୫୦ ମିଲିୟନ୍ କିଲୋମିଟର ଦୂରରେ ଥିବା ବେଳେ ୧୫ ଲକ୍ଷ କିଲୋମିଟର ହାରାହାରି ଯିବ ଆଦିତ୍ୟ ଏଲ-୧ ।
ଆଦିତ୍ୟ ଏଲ-୧ ମହାକାଶ ଯାନ ସୋଲାର କରନା ଉପରେ ଅଧ୍ୟୟନ କରିବ । ସୂର୍ୟ୍ୟଙ୍କ ବାହ୍ୟ ଭାଗର ରିମୋଟ ଅବଜର୍ଭେସନ କରିବ । ସୂର୍ୟ୍ୟ-ପୃଥିବୀ ଲଙ୍ଗ ରେଞ୍ଜ ପଏଣ୍ଟରେ ସୌର ବାୟୁର ପର୍ୟ୍ୟବେକ୍ଷଣ ମଧ୍ୟ କରିବ । ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି ଭାରତର ପ୍ରଥମ ସୂର୍ୟ୍ୟ ମିଶନ ଆଦିତ୍ୟ ଏଲ-୧ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସୂର୍ୟ୍ୟଙ୍କ ବିଷୟରେ ଜାଣିବା ପାଇଁ ଏହା ଭାରତର ସ୍ପେଶମିଶନ ହେବ । ଆଦିତ୍ୟ ଏଲ-୧ ମିଶନର ଲକ୍ଷ୍ୟ ଅର୍ବିଟ୍ ର ଚାରି ପାଖରୁ ସୂର୍ୟ୍ୟଙ୍କୁ ଅନୁଧ୍ୟାନ କରିବ । ଏହି ସ୍ପେଶ କ୍ରାପ୍ଟ ୭ଟି ପେଲୋଡ ନେଇ ଯିବ । ଶ୍ରୀହାରିକୋଟାରୁ ପିଏସଏଲଭିସି ରକେଟରେ ଆଦିତ୍ୟ ଏଲ-୧କୁ ପଠାଯିବ । ଏହା ଇଲିପଟିକାଲ୍ କକ୍ଷପଥକୁ ଯିବ, ଏହା ପରେ ଏହା ଏଲ୧ ପଏଣ୍ଟକୁ ଯାତ୍ରା କରିବ, ଯାହା ପ୍ରାୟ ୧୨୦ ଦିନ ହେବ । ଚନ୍ଦ୍ରଯାନ-୩ର ସଫଳତା ପରେ ସୂର୍ୟ୍ୟ ଅଭିଯାନ ଆଦିତ୍ୟ ଏଲ-୧ ଉପରେ ରହିଛି ସମସ୍ତଙ୍କ ନଜର।