ଓଡ଼ିଶା 365(ବ୍ୟୁରୋ): ବର୍ତ୍ତମାନ ସମୟରେ ସମସ୍ତେ ଚାହାନ୍ତି ଖୁସି ରହିବା ପାଇଁ । ସୁସ୍ଥ ଜୀବନ ପାଇଁ ଖୁସି ରହିବା ନିହାତି ଆବଶ୍ୟକ । ଯଦି ଆପଣଙ୍କର ପ୍ରତ୍ୟେକ ଦିନ ଖୁସିରେ କଟିବ, ତେବେ ଆପଣ ସୁସ୍ଥ ଓ ନିରାପଦ ଜୀବନ ଅତିବାହିତ କରିପାରିବେ । କାରଣ ମାନସିକ ଖୁସି ହିଁ ଶାରୀରିକ ଖୁସି ଦେଇଥାଏ । ତେବେ ଆସନ୍ତୁ ଜାଣିବା ଖୁସି ରହିବାର ସରଳ ଉପାୟ କ’ଣ ?
ପ୍ରଥମେ ପ୍ରତ୍ୟେକ ଦିନ ଆପଣଙ୍କୁ ସକାଳୁ ଶୀଘ୍ର ଉଠିବାକୁ ପଡିବ । ଏହାପରେ ଶୀଘ୍ର ଯୋଗ କିମ୍ବା ବାୟାମ କରନ୍ତୁ , ବାୟାମ କରିବା ଏକ ଭଲ ଅଭ୍ୟାସ । ଏହା କରିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ । ଯାହାଫଳରେ ଆପଣ ସୁସ୍ଥ ରହିବା ସହ ଖୁସି ମଧ୍ୟ ରହିଥାନ୍ତି । ଏହାସହ କେବେ ବି ନିଜର ଜଳଖିଆ ବନ୍ଦ କରନ୍ତୁନି । ଜଳଖିଆ ନଖାଇବା ଦ୍ବାରା ଓଜନ ହ୍ରାସ ପାଇଥାଏ । ତେଣୁ ସକାଳେ ପେଟପୁରା ଖାଇବା ଶରୀର ପାଇଁ ନିହାତି ଆବଶ୍ୟକ ।
ଆପଣ ଜାଣନ୍ତି କି, ଶରୀରରେ ଜଳିୟଅଂଶ କମିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ପ୍ରତ୍ୟେକ ଦିନ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ । ଯଦି ପାରୁଛନ୍ତି ତେବେ ଗ୍ରୀନ ଟି ନିଶ୍ଚିତ ପିଅନ୍ତୁ ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହ ମନ ବି ଭଲ ରହିବ । ସବୁଠୁ ବଡ କଥା ହେଉଛି ସୁସ୍ଥ ଶରୀର ପାଇଁ ଶୋଇବା ନିହାତି ଆବଶ୍ୟକ ଯଦି ଆପଣ ପ୍ରତ୍ୟେକ ଦିନ ୬ ରୁ ୮ ଘଣ୍ଟା ଶୋଉଛନ୍ତି, ତେବେ ଆପଣଙ୍କ ଶରୀର ସୁସ୍ଥ ରହିବା ସହ ମନ ବି ଭଲ ରହିବ । ଯାହାଦ୍ବାରା ଆପଣ ଖୁସି ଅନୁଭବ କରିବେ ।