ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ତୀବ୍ର ହେଉଛି ୫ଟି ସଚିବ ବି.କେ ପାଣ୍ଡିଆନଙ୍କୁ ବିରୋଧର ସ୍ବର। ଏହି କ୍ରମରେ ପାଣ୍ଡିଆନ୍ ଆଜି ଠୁ ୩ ଦିନିଆ ଯାଜପୁର ଗସ୍ତରେ ଆସି ବିରୋଧର ସାମ୍ନା କରିଛନ୍ତି। ପାଣ୍ଡିଆନ ଗୋ ବ୍ୟାକ ନାରା ବିରୋଧ କରିଛନ୍ତି କହିଳା କଂଗ୍ରେସ କର୍ମୀ । କଳାଶାଢୀ ପିନ୍ଧି ପାଣ୍ଡିଆନଙ୍କ ସଭାସ୍ଥଳକୁ ଯିବା ପାଇଁ ଉଦ୍ୟମ କରିଥିଲେ । ସ୍ଥାନୀୟ ଚାନ୍ଦମା ପଡିଆରେ ଆଜି ତାଙ୍କର କାର୍ଯ୍ୟକ୍ରମ ଥିଲା । ହେଲେ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରି ଗୋପବନ୍ଧୁ ଛକରୁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ୱରେ ମହିଳାମାନେ ରାସ୍ତାକୁ ଓହ୍ଲାଇଥିଲେ । ସମସ୍ତେ କଳା ଶାଢୀ ପିନ୍ଧି ପାଣ୍ଡିଆନ ବିରୋଧୀ ନାରା ଦେଇଥିଲେ । ଚୋରଦା ଛକଠାରେ ତାଙ୍କୁ ଅଟକାଇଥିବା ଜଣାଯାଇଛି । ମହିଳା ପୋଲିସ ସହ ମୁହାଁମୁହିଁ ହୋଇଥିଲେ ମହିଳା କଂଗ୍ରେସ କର୍ମୀ । ସେମାନେ ପୋଲିସ ସୁରକ୍ଷା ମଧ୍ୟରେ ସଭାସ୍ଥଳକୁ ଯାଇ ତାଙ୍କର ଦାବି ଜଣାଇବାକୁ ଚାହୁଁଥିଲେ । ହେଲେ ପୋଲିସ ତାଙ୍କୁ ଅଟକାଇଥିବା ଦେଖିବାକୁ ମିଳିଥିଲା । ସେହିପରି ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ପାଣ୍ଡିଆନଙ୍କ ଗସ୍ତକୁ ଜୋରଦାର ବିରୋଧ କରାଯାଇିଲା । ଜିଲ୍ଲା କଂଗ୍ରେସ ପକ୍ଷରୁ କର୍ମୀମାନେ ରେଡକ୍ରସ୍ ଛକରୁ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୋଲିସ ସେମାନଙ୍କୁ ମେଡିକାଲ ଛକ ନିକଟରେ ଅଟକାଇବା ବେଳେ ପୋଲିସ ସହ ପେଲା ଠେଲା ହୋଇଥିଲା।
ଅନ୍ୟପକ୍ଷେ ୫ଟି ଟି ସର୍ଟ ପିନ୍ଧିଥିବା କିଛି ବ୍ୟକ୍ତି ବିକ୍ଷୋଭକାରୀଙ୍କୁ ଅଟକାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏମାନେ ହାତରେ ବାଉଁଶ ଓ ବହ୍ଲା ଧରି କଂଗ୍ରେସ କର୍ମୀଙ୍କୁ ରୋକିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା । ତେବେ ଏମାନ ଏମାନେ କିଏ ତାହା ସ୍ପଷ୍ଟ ହୋଇନି