ଓଡ଼ିଶା 365 (ବ୍ୟୁରୋ): ସୁନ୍ଦର ଦିଶିବା ପାଇଁ କିଏ ବା ନଚାହେଁ । ସୁନ୍ଦରତା ଗୋଟେ ନାରୀର ଗହଣା କହିଲେ ଅତୁକ୍ତି ହେବ ନାହିଁ । ସୁନ୍ଦର ଚେହେରା ପାଇଁ ସମସ୍ତେ ପାଗଳ । ଏଥିପାଇଁ ଆପଣ ସବୁ ପ୍ରକାର ଉପାୟ ଆପଣାଇଥାନ୍ତି । ଅନେକ ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି, ଯାହା ଆପଣଙ୍କ ସ୍କିନକୁ ଖରାପ ମଧ୍ୟ କରିଦିଏ । ଏସବୁରୁ ବଞ୍ଚିବାପାଇଁ ଆମେ ଆପଣଙ୍କୁ କିଛି ଉପାୟ ବତାଇବୁ ,ଯାହା ଆପଣଙ୍କ ତ୍ୱଚାକୁ ଉଜ୍ଜଳ କରିବ । ଏଥିପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡିବନି । ଆପଣଙ୍କ ବାଡିରେ ହିଁ ସୁନ୍ଦର ତ୍ୱଚାର ସଲ୍ୟୁସନ୍ ରହିଛି । ଏମିତି କିଛି ଫୁଲ ଅଛି ଯାହା ଆପଣଙ୍କ ତ୍ୱଚାକୁ ଉଜ୍ଜଳ କରିବ ।
ସୂର୍ୟ୍ୟମୁଖୀ ଫୁଲ: ସୂର୍ୟ୍ୟମୁଖୀର କିଛି ଫୁଲ ପ୍ରଥମେ ଖରାରେ ଶୁଖାଇ ଦିଅନ୍ତୁ । ସେହି ଶୁଖିଲା ପାଖୁଡାରେ ଗୋଲାପ ଜଳ ଏବଂ କଞ୍ଚା କ୍ଷୀର ଦେଇ ଏକ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ପ୍ରତିଦିନ ମୁହଁରେ ଲଗାନ୍ତୁ ଏବଂ ୧୦ ମିନିଟ ପରେ ଥଣ୍ଡା ପାଣିରେ ମୁହଁକୁ ଭଲଭାବରେ ଧୋଇ ଦିଅନ୍ତୁ । ଦେଖିବେ ଆପଣଙ୍କ ତ୍ୱଚା ଚମକି ଉଠିବ ।
ଗୋଲାପ: ସୁନ୍ଦରତାର ରାମବାଣ ଗୋଲାପ ଫୁଲ । ଗୋଲାପ ଫୁଳ ମଶ୍ଚରାଇଜିଂ ପାଇଁ ମଧ୍ୟ କାମ ଦେଇଥାଏ। ଏହାର ପାଖୁଡ଼ାକୁ ନେଇ ଗୋଲାପଜଳ ପ୍ରସ୍ତୁତ କରି ପ୍ରତିଦିନ ରାତିରେ ଶୋଇବା ପୁର୍ବରୁ ଏହାକୁ ମୁହଁରେ ଲଗାନ୍ତୁ । କିଛିଦିନ ପରେ ଆପଣଙ୍କ ମୁହଁ କାଚ ଭଳି ଚମକି ଉଠିବ ।
କଇଁ ଫୁଲ: ବ୍ରଣକୁ ସମୁଳେ ବିନ।। କରିଥାଏ କଇଁ ଫୁଲ । ଏହି ଫୁଲର ପାଖୁଡା ନେଇ ଏକ ପେଷ୍ଟ ପ୍ରସ୍ତୁତ କରି ମାସ୍କ କରି ମୁହଁରେ ଲଗାନ୍ତୁ । ଆପଣଙ୍କ ମୁହଁରେ ଥିବା ରେଡନେସ, ରାସେସ, ପିମ୍ପଲ୍ସ ଦୂର ହେବା ସହ ତ୍ୱଚା ଗ୍ଲୋ କରିବ ।
ପଦ୍ମଫୁଲ: ଗୋଲାପ ଫୁଲ ଭଳି ପଦ୍ମ ଫୁଲ ମଧ୍ୟ ତ୍ବଚା ପାଇଁ ବେଶ ଭଲ। ଏହା ତ୍ବଚାକୁ ଥଣ୍ଡା ରଖିଥାଏ। ଏହି ଫୁଲରେ ଆଣ୍ଟିମାଇକ୍ରୋବ୍ରିୟଲ ଗୁଣ ରହିଛି। ପଦ୍ମ ଫୁଲରେ ପ୍ରସ୍ତୁତ ଫେସ ମାସ୍କ ତ୍ବଚାକୁ ନିଖାର ଦେଇଥାଏ। ସେଥିପାଇଁ ପାର୍ଲର ମାନଙ୍କରେ ବିଭିନ୍ନ ପ୍ରକାରର ଲୋଟସ ବା ପଦ୍ମ ଫୁଲର ମାସ୍କ ବ୍ୟବହାର କରାଯାଇଥାଏ ।
ମଲ୍ଲୀ ଫୁଲ: ମଲ୍ଲୀ ଫୁଲକୁ ଫୁଟାଇକି ଏହାର ପାଣିକୁ ଆପଣ ବ୍ୟବହାର କରନ୍ତୁ। ମଲ୍ଲୀ ଫୁଲରେ ତେଲ ମଧ୍ୟ ପ୍ରସ୍ତୁତ କରାଯାଇପାରିବ। ଏହା ବ୍ରଣ, ଇରିଟେଶନ, ସନବର୍ନ ଭଳି ସମସ୍ୟା ଦୂର କରିଥାଏ । ଏହି ଫୁଲରେ ପ୍ରସ୍ତୁତ କରାଯାଇଥିବା ପେଷ୍ଟ ସ୍କିନ ପାଇଁ ବେଶ ଲାଭଦାୟକ ହୋଇଥାଏ।