ଓଡ଼ିଶା 365 (ବ୍ୟୁରୋ): ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ, ପ୍ରେମ ଏକ ପବିତ୍ର ସମ୍ପର୍କ । ପ୍ରେମ ପାଇଁ ପ୍ରେମିକ ପ୍ରେମିକା ସବୁ ସୀମା ପାର କରିଦେଇଥାନ୍ତି । କଥାରେ ଅଛି ପ୍ରେମ ଥିଲେ ସାଥିରେ ଜୀବନ ଜିଇଁବା ସହଜ ହୋଇଯାଏ । ଭଲ ଜୀବନ ସାଥୀଟେ ହିଁ ଆପଣଙ୍କ ଜୀବନକୁ ବଦଳାଇ ଦେଇଥାଏ । ଆପଣ ଅନେକ ପ୍ରେମ କାହାଣୀ ଶୁଣିଥିବେ । ବର୍ତ୍ତମାନ ସମୟର ଯୁବପିଢ଼ିମାନେ ନିଜ ପ୍ରେମିକାକୁ ଭିନ୍ନ ଭିନ୍ନ ଅନ୍ଦାଜରେ ପ୍ରେମ ନିବେଦନ କରୁଥିବା ଦେଖିବାକୁ ମିଳୁଛି । ଆଜି ଆମେ ଆପଣଙ୍କୁ ସବୁଠୁ ଭିନ୍ନ ଅନ୍ଦାଜରେ ନିଜ ପ୍ରେମିକାକୁ ପ୍ରପୋଜ୍ କରିଥୁବା ବିଷୟରେ କହିବୁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଆମେରିକାର ଏକ ଟିଭି ନ୍ୟୁଜ୍ ଚ୍ୟାନେଲରେ ଲାଇଭ୍ (ସିଧାପ୍ରସାରଣ) କାର୍ୟ୍ୟକ୍ରମରେ ପ୍ରେମିକା ତଥା ସାଥୀ ସାମ୍ବାଦିକା ଖବର ପଢୁଥିବା ବେଳେ ପ୍ରେମିକ ଜଣକ ହାତରେ ଫୁଲତୋଡ଼ା ନେଇ ସେଠାରେ ପହଞ୍ଚୁଛନ୍ତି। କାର୍ୟ୍ୟକ୍ରମର ସିଧାପ୍ରସାରଣ ଚାଲିଥିବାବେଳେ ପ୍ରେମିକ ଜଣକ ସିନେମା ଶୈଳୀରେ ଉପସ୍ଥାପିକାଙ୍କୁ ପ୍ରେମ ନିବେଦନ କରୁଛନ୍ତି। ସେହି ସମୟରେ ଟିଭିରେ ସେ ଦୁହିଁଙ୍କ ଫଟୋ ବି ଚାଲୁଥିବାର ପରଦାରେ ଦେଖିବାକୁ ମିଳିଛି। ତାଙ୍କ ଏପରି ପ୍ରସ୍ତାବରେ ଉପସ୍ଥାପିକା ଜଣକ ବି ଖୁସିରେ ହଁ ଭରି ତାଙ୍କ ପ୍ରେମ ନିବେଦନକୁ ଗ୍ରହଣ କରୁଛନ୍ତି । ସେପଟେ ଏପରି ନିଆରା ଶୈଳୀର ପ୍ରେମ ନିବେଦନ ଭିଡିଓ ଭାଇରାଲ ହେବାପରେ ଇଣ୍ଟରନେଟ୍ ବ୍ୟବହାରକାରୀ ବି ଏହାକୁ ଖୁବ୍ ପସନ୍ଦ କରୁଛନ୍ତି।