ଓଡ଼ିଶା 365 (ବ୍ୟୁରୋ): ଅଗଷ୍ଟ ୩୦ରୁ ହାଇବ୍ରିଡ୍ ମଡେଲରେ ଖେଳାଯିବ ଏସୀୟ କ୍ରିକେଟ୍ର କ୍ରିଡା ମହାକୁମ୍ଭ। ଏନେଇ ଆରମ୍ଭ ହୋଇଗଲାଣି କାଉନଡାଉନ୍। ଅପେକ୍ଷାରେ ଫ୍ୟାନ୍ ଫଲୋ। ଚଳିତ ବର୍ଷ ଏସିଆ କପ୍ ପାକିସ୍ତାନ ଓ ଶ୍ରୀଲଙ୍କାରେ ମିଳିତ ଭାବେ ଆୟୋଜିତ ହେଉଥିବା ବେଳେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଅଗଷ୍ଟ ୩୦ ମୁଲତାନରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବାକୁ ଥିବାବେଳେ ଦ୍ବିତୀୟ ମ୍ୟାଚରେ ବାଂଲାଦେଶକୁ ଭେଟିବ ଶ୍ରୀଲଙ୍କା । ସେପ୍ଟେମ୍ବର ୨ରେ ଭାରତ ତାର ପ୍ରଥମ ମୁକାବିଲା ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ। ସେପ୍ଟେମ୍ବର ୪ରେ ୨ୟ ମୁକାବିଲା ନେପାଳ ସହ ରହିଛି ।ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ୧୭ ସେପ୍ଟେମ୍ବରରେ ଖେଳାଯିବ ।
ଏଥିରେ ସମୁଦାୟ ୬ଟି ଦଳ ଶ୍ରୀଲଙ୍କା,ଭାରତ, ପାକିସ୍ତାନ, ବାଂଲାଦେଶ, ନେପାଳ ଏବଂ ଆଫଗାନିସ୍ତାନ ଭାଗ ନେଉଥିବାବେଳେ ମୋଟ୍ ୧୩ଟି ମ୍ୟାଚ୍ ଖେଳାଯିବ। ସୂଚନା ଅନୁଯାୟୀ, ପୂର୍ବରୁ ମୋଟ ୧୫ଟି ସିଜିନ୍ ଖେଳାଯାଇଛି, ସେଥିରେ ଭାରତ ୭ଥର ଟ୍ରଫି ଜିତିଥିବା ବେଳେ ଶ୍ରୀଲଙ୍କା ୬ ଥର ଓ ପାକିସ୍ତାନ ୨ଥର ଚମ୍ପିଆନ୍ ହୋଇଛି।