ଓଡ଼ିଶା 365 (ବ୍ୟୁରୋ): ସୁନ୍ଦର ଚେହେରା ପାଇଁ ସମସ୍ତେ ପାଗଳ । ପୁଅ ହେଉ ଅବା ଝିଅ ସୁନ୍ଦର ଦେଖାଯିବା ପାଇଁ ଅନେକ ଉପାୟ ଆପଣେଇଥାନ୍ତି । ବିଶେଷ କରି ୪୦ ବର୍ଷ ପରେ ସାଧାରଣତଃ ମହିଳାଙ୍କ ନିକଟରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ। ପୋଷଣ ଜନିତ ଆବଶ୍ୟକତା ସହ ସଠିକ ଭାବେ ଖାଦ୍ୟ ସେବନ ନକରିବା ଦ୍ୱାରା ଖାଦ୍ୟରୁ ମିଳୁଥିବା ଶକ୍ତିରେ ଧିରେ ଧିରେ ପରିବର୍ତ୍ତନ ହୋଇଥାଏ। ଯାହା ଆପଣଙ୍କ ସୁନ୍ଦରତା ଉପରେ ବେଶ୍ ପ୍ରଭାବ ପକାଇଥାଏ । ବିଶେଷ କରି ମହିଳାମାନେ ୪୦ ବର୍ଷରେ ମଧ୍ୟ ନିଜକୁ ୨୦ ବର୍ଷ ଭଳି କରିବା ପାଇଁ ଏହି ଜିନିଷକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଗ୍ରୀନ ଟି ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ବେଶ ଲାଭଦାୟକ। ଗ୍ରୀନ ଟିରେ ଆଣ୍ଟି -ଅକ୍ସିଡାଣ୍ଟ ରହିଥାଏ। ଯାହା ଶରୀରରୁ ଅଦରକାରୀ ପଦାର୍ଥକୁ ବାହାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ୪୦ ବର୍ଷ ପରେ ଗ୍ରୀନ ଟିର ସେବନ ଦ୍ୱାରା ଶକ୍ତି ସ୍ତର ବୃଦ୍ଧି ହେବା ସହ ଓଜନ ହ୍ରାସ ହୋଇଥାଏ ।
୪୦ ବର୍ଷ ପରେ ପୁରୁଷ ଓ ମହିଳା ଉଭୟଙ୍କୁ ନିଜ ଦୈନନ୍ଦିନ ଜୀବନରେ ଋତୁ ଅନୁଯାୟୀ ବିଭିନ୍ନ ପ୍ରକାର ଫଳ ସହ ସେଓ ନିଜ ଖାଦ୍ୟରେ ସାମିଲ କରିବା ଉଚିତ। କାରଣ ସେଓରେ ଆଣ୍ଟି-ଅକ୍ସିଡାଣ୍ଟ ସହ ବିଭିନ୍ନ ପ୍ରକାରର ଫାଇବର ରହିଛି । ଏହାସହ ପର୍ୟ୍ୟାପ୍ତ ପରିମାଣରେ ପ୍ରୋଟିନ ଯୁକ୍ତ ଖାଦ୍ୟ ସେବନ କରନ୍ତୁ। ମେଥି ଦାନାର ସେବନ ଦ୍ୱାରା ଏହା ଶରୀରରେ ଫ୍ୟାଟ୍କୁ କମାଇବା ସହ ପାଚନ ତନ୍ତ୍ରକୁ ସୁସ୍ଥ, ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରିଥାଏ ଏବଂ ଆପଣଙ୍କ ସୁନ୍ଦରତାକୁ ବୃଦ୍ଧି କରିଥାଏ ।