ଓଡ଼ିଶା 365 (ବ୍ୟୁରୋ) : ମୁହଁରେ କଳା ଦାଗ ହେଉ ଅବା ଆଖିତଳ କଳା ପଡିବା, ଯାକୁନେଇ ସାଧାରଣରେ ସମନ୍ତେ ଚିନ୍ତିତ ଥାନ୍ତି । ତେବେ ଏଥିପାଇଁ କେହି କେହି ମୁହଁରେ କେମିକାଲ ଜାତୀୟ ଔଷଧ ମଧ୍ୟ ଲଗାଇଥାନ୍ତି । ତେବେ ମୁହଁ ପରବର୍ତ୍ତି ସମୟରେ ଅଧିକ ଖରାପ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତିକି ଏମିତି କିଛି ଘରୋଇ ଉପଚାର ଅଛି ଯାହା କରିବା ଦ୍ୱାରା ମୁହଁରୁ ସମସ୍ତ ପ୍ରକାରର ଦାଗ ଆଦି ଚାଲିଯିବା ସହିତ ମୁହଁ ଗ୍ଲୋ ମଧ୍ୟ କରିଥାଏ । ତେବେ ଜାଣନ୍ତୁ ସେ କଣ କଣ ? ଘରୋଇ ଉପାୟରେ ବି ଆପଣ ଆପଣଙ୍କ ଶରୀରରେ ଥିବା କଳା କିମ୍ବା ଧଳା ଦାଗକୁ ଛଡ଼ାଇ ପାରିବେ। ପଇଡ଼ ପାଣି ସବୁ ପ୍ରକାର ଦାଗ ଛଡ଼ାଇ ପାରେ। ତାହା କଳା ହେଉ କିମ୍ବା ଧଳା ଦାଗ ହେଉ। କଟା ଘା, ପୋଡ଼ା ଚିହ୍ନ ଏବଂ ବ୍ରଣ ଦାଗ ଆଦି ଛଡ଼ାଇବା ପାଇଁ ଆପଣ ପଇଡ଼ ପାଣି ବ୍ୟବହାର କରିପାରନ୍ତି ।
ଦାଗ ଛଡ଼ାଇବା ପାଇଁ ଘିକୁଆଁରି ମଧ୍ୟ ଖୁବ୍ ଉପକାରୀ। ଅବଶ୍ୟ ଏହା ଟିକେ ଅଠାଳିଆ ହୋଇଥିବାରୁ ଅନେକ ଲୋକେ ଶରୀରରେ ଘିକୁଆଁରି ଲଗାଇବାକୁ ପସନ୍ଦ କରିନଥାନ୍ତି। ମାତ୍ର ମନେ ରଖନ୍ତୁ ଘିକୁଆଁରି ଲଗାଇବା ଦ୍ୱାରା ଶହେ ପ୍ରତିଶତ ଦାଗ କମିଥାଏ । ମହୁ ଗୋଲାପ ଜଳ କେବେ ଲଗାଇଛନ୍ତି ? ଏହା କେବଳ ଦାଗ ଲିଭାଇବା ପାଇଁ ନୁହେଁ ବରଂ ତୋଫାପଣ ପାଇଁ ବି ଜରୁରୀ । ଏକ ଛୋଟ ପାତ୍ରରେ ସାମାନ୍ୟ ମହୁ ନିଅନ୍ତୁ। ସେଥିରେ ସାମାନ୍ୟ ଗୋଲାପ ଜଳ ମିଶାଇ ଦାଗ ଥିବା ସ୍ଥାନ କିମ୍ବା ନିଜ ମୁହଁରେ ଲଗାନ୍ତୁ ।
ହଳଦୀ, ଚନ୍ଦନ ବିଷୟରେ ସମସ୍ତେ ଜାଣନ୍ତି । ମାତ୍ର ମନେ ରଖନ୍ତୁ ଅଧିକାଂଶ ଦଳଦୀ ଗୁଣ୍ଡକୁ ବ୍ୟବହାର କରିଥାନ୍ତି। ତାହା ଫଳପ୍ରଦ ନୁହେଁ। ଖଣ୍ଡ ହଳଦୀ ଦାଗ ଲିଭେଇବା ପାଇଁ ଅତ୍ୟନ୍ତ ଭଲ। ହଳଦୀ ଖଣ୍ଡକୁ ଘୋରି କରି ସେଥିରେ ଚନ୍ଦନ ମିଶାଇ ଲେପ ଦିଅନ୍ତୁ। ବେସନ ମଧ୍ୟ ଦାଗ ଛଡ଼ାଇବା ପାଇଁ ଅତ୍ୟନ୍ତ ଭଲ। ଏଥିରେ ଆଉ କିଛି ମିଶ୍ରଣ କରିବା ଆବଶ୍ୟକ ନାହିଁ। ସିଧା ସଳଖ ବେସନରେ ପାଣି ମିଶାଇ ଲେପ ଦିଅନ୍ତୁ। ପ୍ରଭାବ ଆପଣ ନିଜେ ହିଁ ଜାଣିପାରିବେ।