ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି । ସବୁବେଳେ ନୂଆ ନୂଆ ସିନେମା ଓ ଷ୍ଟାଇଲିସ୍ ଲୁକ୍ ପାଇଁ ଚର୍ଚ୍ଚାରେ ଥାଆନ୍ତି ଅନୁଭବ । ହେଲେ ପ୍ରଥମ ଥର ଜଣେ ନାୟିକାଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି ଅନୁଭବ । ସୂଚନା ଅନୁଯାୟୀ, ଫ୍ୟାନ୍ସମାନଙ୍କୁ ଖୁବଶୀଘ୍ର ଏକ ନୂଆଁ ସିନେମା ଭେଟି ଦେବାକୁ ଯାଉଛନ୍ତି ଅନୁଭବ । ଯାହାକୁ ନେଇ ଚର୍ଚ୍ଚା ଲାଗିରହିଛି । ଏହି ଫିଲ୍ମର ନାଁ ହେଉଛି ଚାରିଧାମ । ଚର୍ଚ୍ଚାର ବିଷୟ ହେଉଛି ଏଥିରେ ପ୍ରଥମ ଥର ପାଇଁ ଜଣେ ନାୟିକାଙ୍କୁ ମିଳିଛି ଅନୁଭବଙ୍କ ସାଥ୍। ଏହି ନାୟିକା ବି ଓଲିଉଡରେ ବେଶ ଜଣାଶୁଣା। ଖାଲି ସେତିକି ନୁହେଁ, ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବି ପାଇସାରିଛନ୍ତି। ସେ ଆଉ କେହି ନୁହଁନ୍ତି ଓଲିଉଡ୍ ଚୁଲବୁଲି ନାୟିକା ସନମୀରା ।
ସନମୀରା ପ୍ରଥମଥର ପାଇଁ ଓଡ଼ିଆ ସିନେମା ‘ସପନର ପଥେ ପଥେ’ ରେ ଅଭିନୟ କରିଥିଲେ । ସିନେମାରେ ତାଙ୍କର ନାୟକ ବନିଥିଲେ ଅମ୍ଳାନ। ସୁଶାନ୍ତ ମଣି ଏହାର ନିର୍ଦେଶନା ଦେଇଥିଲେ। ଏହାପରେ ସନମୀରା ସ୍ୱରାଜଙ୍କ ବିପକ୍ଷରେ ‘ଲୈଲା ଓ ଲୈଲ’ରେ ନଜର ଆସିଥିଲେ। ଏଥିରେ ତାଭ୍କ ନାୟକ ଭାବେ ସ୍ୱରାଜ ନଜର ଆସିଥିଲେ ।ଏହାପରେ ’ଲଭ୍ ଏକ୍ସପ୍ରେସ୍’, ‘ଲୋକାଲ୍ ଟୋକା ଲଭ୍ ଚୋଖା’ ଓ ‘ଗୁପଚୁପ୍’ ଆଦି ଚଳଚିତ୍ରରେ ନଜର ଆସିଥିଲେ ସନମୀରା । ଏବେ ପ୍ରଥମ ଥର ପାଇଁ ଅନୁଭବ-ସନମୀରା ଯୋଡ଼ି ବଡ଼ ପରଦାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ମହାଶ୍ବେତା, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ବୀରାଜ ଓ ଗୁଲୁଆ ପ୍ରମୁଖ ଅଭିନୟ କରିଥିବାବେଳେ, ଏହାର ନିର୍ଦେଶକ ହେଉଛନ୍ତି ତାପସ ସରଘରିଆ ।