ଓଡ଼ିଶା 365 (ବ୍ୟୁରୋ) : ଅବିଭାଜିତ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ପ୍ରସିଦ୍ଧ ତେଲୁଗୁ ଅଭିନେତା ଏନ୍ଟି ରାମାରାଓଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ମୁଦ୍ରା ପ୍ରଚଳନ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଚଳନ କରାଯାଇଥିବା ଏହି ମୂଦ୍ରାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକାର୍ପିତ କରିଛନ୍ତି । ଏହା ୪୪ ମିଲିମିଟିର ଆକାର ବିଶିଷ୍ଟ। ମୁଦ୍ରା ୫୦ପ୍ରତିଶତ ରୁପା, ୪୦% ତମ୍ବା, ୫% ନିକେଲ ଓ ଅବଶିଷ୍ଟ ଜିଙ୍କ୍ ସମିଶ୍ରଣରେ ନିର୍ମିତ । ଏହି ଅବସରରେ ରାମାରାଓଙ୍କ ପୁଅ, ବୋହୂ, ଝିଅ, ଜ୍ବାଇଁଙ୍କ ସମେତ ସମଗ୍ର ପରିବାର ଉପସ୍ଥିତ ଥିଲେ। ଏହି ମୁଦ୍ରାର ଗୋଟିଏ ପାଖରେ ରାମାରାଓଙ୍କ ପ୍ରତିଛବି ଓ ଅନ୍ୟପାଖରେ ଅଶୋକ ଚକ୍ରର ତିନି ସିଂହ ସହ ରାମାରାଓଙ୍କ ଜନ୍ମ ଶତବାର୍ଷିକୀ ଲେଖାଯାଇଛି।