ଓଡ଼ିଶା 365 (ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ମହିଳା ସହକାରୀ ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗରେ ଉଭୟ ପକ୍ଷକୁ ଜେରା କରୁଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ। ମହିଳା ସହକାରୀ ପ୍ରଫେସର ରୋଶନୀ କୁଜୁରଙ୍କୁ ସହକାରୀ ପ୍ରଫେସର ରଜତ କୁଜୁର ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଆଜି ବିଶ୍ୱବିଦ୍ୟାଳୟର ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ୯ ଜଣ ସଦସ୍ୟ ରହିଥିଲେ। ବୈଠକରେ ଉଭୟ ପକ୍ଷକୁ ଡାକି ଜେରା କରାଯାଇଛି। ଜେରା ସମୟରେ ସହକାରୀ ପ୍ରଫେସର ରଜତ କୁଜୁରଙ୍କୁ ୩ଟି ପ୍ରଶ୍ନ ପଚରା ଯାଇଥିଲା। ସେହିପରି ମହିଳା ସହକାରୀ ପ୍ରଫେସର ରୋଶନୀ କୁଜୁରଙ୍କୁ ମଧ୍ୟ ପଚରା ଉଚରା କରାଯାଇଥିଲା। ମାମଲା ବର୍ତ୍ତମାନ ତଦନ୍ତ ପରିସର ରହିଥିବା କମିଟି ଅଧ୍ୟକ୍ଷା କହିଛନ୍ତି। ସେପଟେ ବୈଠକରେ ନିଜର ପକ୍ଷ ରଖି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହା ସହ ସେ ତଦନ୍ତରେ ସହଯୋଗ କରିବେ ବୋଲି କହିଛନ୍ତି । ତଦନ୍ତ ଚାଲିଥିବା ବେଳେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କୌଣସି ନିଷ୍କର୍ସରେ ପହଂଚି ପାରିନାହିଁ ।
ସୂଚନାଯୋଗ୍ୟ, ରାଜନୀତି ବିଜ୍ଞାନର ଜଣେ ମହିଳା ଆସିଷ୍ଟାଣ୍ଡ ପ୍ରଫେସର ଅଭିଯୋଗ କରିଛନ୍ତି ଯେ, ରଜତ କୁଜୁରୁ ତାଙ୍କୁ ୭ ବର୍ଷ ହେଲା ମାନସିକ ନିର୍ଯାତନା ଦେଇ ଆସୁଛନ୍ତି । ଏନେଇ ସେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହା ପରେ ରଜତ କୁଜୁରଙ୍କୁ ନିଲମ୍ବିତ କରାଯାଇଛି । ପୂର୍ବରୁ ଶୃଙ୍ଖଳାଭଙ୍ଗ ଅଭିଯୋଗରେ ୨ ମାସ ତଳେ ନିଲମ୍ବିତ ହୋଇଥିଲେ ରଜତ କୁଜୁରୁ ।