ଓଡ଼ିଶା 365 (ବ୍ୟୁରୋ): ସିବିଆଇ ଅଧିକାରୀ କହି ୨ କୋଟି ଲୁଟ ମାମଲାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି କମିଶନରେଟ ପୋଲିସ । ଏହି ୩ ଜଣଙ୍କୁ ମିଶାଇ ଗିରଫଦାରି ସଂଖ୍ୟା ୫ରେ ପହଞ୍ଚିଛି । ଏହା ସହ ପୋଲିସ ସେମାନଙ୍କ ଠାରୁ ୧ କୋଟି ୨ ଲକ୍ଷ ଉଦ୍ଧାର କରିଛି।
ସୂଚନାଯୋଗ୍ୟ, ଗତ ରବିବାର ରାଜଧାନୀ ନନ୍ଦନବିହାରୀ ଅଞ୍ଚଳରେ ସିବିଆଇ ଅଧିକାରୀ କହି ୨ କୋଟି ଟଙ୍କା ଲୁଟ ହୋଇଥିଲା । ତଦନ୍ତ ପରେ ପୋଲିସ ଏହି ଲୁଟ ଘଟଣାର ମାଷ୍ଟରମାଇଣ୍ଡ ନିବାରଣ ପାଣିଙ୍କ ସଂପର୍କୀୟ ଡ୍ରାଇଭର ବୋଲି ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରଥମେ ୫ ଜଣ ଡକାୟତ ପରେ ଏବେ ୩ ଜଣଙ୍କୁ ଗିରଫ କରିଛି । ପୂର୍ବରୁ ଏହି ମାମଲାରେ ୫ଜଣ ଗିରଫ ହୋଇଥିବାବେଳେ ଅନ୍ୟ ୩ ଅଭିଯୁକ୍ତଙ୍କୁ କାବୁ କରି ପଚରାଉଚରା କରୁଛି କମିସନରେଟ ପୋଲିସ । ଅଭିଯୁକ୍ତଙ୍କ ଠାରୁ ପୋଲିସ ନଗଦ ୧ କୋଟି ୨ ଲକ୍ଷ ଟଙ୍କା ଜବତ କରିଥିଲା । ଝାରପଡା ଜେଲରେ ଗିରଫ ଅଭିଯୁକ୍ତଙ୍କର ଟିଆଇ ପରେଡ ହେବ ବୋଲି ସୂଚନା ମିଳିଛି ।