ଓଡ଼ିଶା 365 (ବ୍ୟୁରୋ) : ଆମେ ସମସ୍ତେ ଜାଣିଛୁ ଫଳ ଆମ ଶରୀର ପାଇଁ ବହୁତ ହିତ କାରକ । ଏଥି ପାଇଁ ଆମେ ଯେତେବେଳେ କୌଣସି ରୋଗରେ ପଡିଥାଉ ସେତେବେଳେ ଆମ ଘରକୁ ଆସୁଥିବା ଅତିଥି ମାନେ ଆମ ପାଇଁ ବିଭିନ୍ନ ପ୍ରକାରର ଫଳ ଆଣିଥାନ୍ତି । କିଛି ଲୋକ ଅଛନ୍ତି ଯେଉଁମାନେ କି କୌଣସି ସମୟରେ ଫଳ ଖାଇ ଥାନ୍ତି । ଯାହା ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ । ତେବେ ଆସନ୍ତୁ ଜାଣିବା ଏମତି କିଛି ଫଳ ବିଷୟରେ ଯାହାକୁ ଆମେ ରାତିରେ ଖାଇଲେ ଏହା ଆମ ଶରୀର ପାଇଁ କ୍ଷତି କାରକ ହୋଇଥାଏ ।
ସେଓକୁ ସକାଳ ପ୍ରାତ ଭୋଜନ ଭାବେ ଖାଇଲେ ଏହା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ସେଓରେ ପ୍ରୋଟିନର ମାତ୍ରା ଅଧିକ ରହୁଥିବାରୁ ଏହା ବିପି ଲୋ କରିବାରେ ସହାୟକ ହେବା ସହିତ କୋଲେଷ୍ଟ୍ରଲ କମାଇଥାଏ । ମାତ୍ର ସେଓକୁ ଯଦି ରାତିରେ ଖାଉଛନ୍ତି ତେବେ ଏଥିରେ ଥିବା ପ୍ରୋଟିନ ସହଜରେ ଖର୍ଚ୍ଚ ହୋଇନଥାଏ । ଯାହା ଫଳରେ ଗ୍ୟାସଭଳି ରୋଗ ଗ୍ରାସ କରିଥାଏ । ମଣିଷ ମୋଟା ମଧ୍ୟ ହୋଇଥାଏ ।ପାଚିଲା କଦଳୀ ଖାଇବା ପରେ ଖାଇଲେ ଏହା ଉପକାରୀ ହୋଇଥାଏ । ଏଥିରୁ ଶରୀରକୁ ଇମ୍ୟୁନିଟ ମିଳିଥାଏ ।