ଓଡ଼ିଶା 365 (ବ୍ୟୁରୋ) : ରୋଭର ପ୍ରଜ୍ଞା ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣମେରୁ ଅଞ୍ଚଳରେ ବୁଲି ତଥ୍ୟ ସଂଗ୍ରହ କରୁଛି। ତଥ୍ୟ ସଂଗ୍ରହ କରି ବିକ୍ରମ ଲ୍ୟାଣ୍ଡରକୁ ପଠାଉଛି । କିନ୍ତୁ ଚନ୍ଦ୍ରରେ ଅଞ୍ଚଳ ଖାଲଖମା ଓ ଗର୍ତ୍ତରେ ପରିପୂର୍ଣ୍ଣ। ଯାହାକି ରୋଭର ପାଇଁ ବିପଦ। ଚନ୍ଦ୍ରରେ ବୁଲୁଥିବା ବେଳେ ଏକ ଖାଲର ସମ୍ମୁଖିନ ହୋଇଛି ରୋଭର । ରୋଭର ସାମ୍ନା କରିଥିବା ଗର୍ତ୍ତର ବ୍ୟାସ ୪ ମିଟର ହୋଇଥିବା ବେଳେ ଗଭୀରତା ୧୦୦ ମିଲିମିଟର। ଗତ ୨୭ ତାରିଖରେ ରୋଭର ପ୍ରଥମେ ଏହି ବାଧାର ସମ୍ମୁଖୀନ ହୋଇଥିଲା। ଗର୍ତ୍ତ ନିକଟକୁ ରୋଭର ଯିବାକୁ ମାତ୍ର ୩ ମିଟର ବାଟ ବାକି ଥିବାବେଳେ ଇସ୍ରୋର ବୈଜ୍ଞାନିକମାନେ ଏହା ଜାଣିପାରିଥିଲେ। ସେମାନେ ତୁରନ୍ତ ରୋଭରକୁ ଏହାର ଗତିପଥ ପରିବର୍ତ୍ତନ କରି ସୁରକ୍ଷିତ ପଥ ବାଛିବା ପାଇଁ କମାଣ୍ଡ ଦେଇଥିଲେ ବୋଲି ଜଣାପଡ଼ିଛି ।