ଓଡ଼ିଶା 365 (ବ୍ୟୁରୋ): ସେବାୟତଙ୍କ ମନମାନି ଯୋଗୁଁ କାଲିଠୁ ଖାଡ଼ା ଉପବାସରେ ରହିଛନ୍ତି ମହାପ୍ରଭୁ ଲିଙ୍ଗରାଜ । ଲିଙ୍ଗରାଜ ମନ୍ଦିରରେ ବଡୁ-ପୂଜାପଣ୍ଡା ନିଯୋଗ ବିବାଦ ଯୋଗୁଁ ବାରମ୍ବାର ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ଦେଖାଦେଉଛି। ଲିଙ୍ଗରାଜଙ୍କ ପଇତା ଲାଗି ନୀତିକୁ ନେଇ ବିବାଦ ଦେଖାଦେଇଛି। ଫଳରେ ଗତକାଲି ବଡ଼ସିଂହାର ବେଶ ପରଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତ ବନ୍ଦ ହୋଇ ରହିଛି।
ଶ୍ରାବଣର ଶେଷ ସୋମବାରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପଇତା ଲାଗି କରିବାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା । ପୂଜାପଣ୍ଡା ସେବାୟତ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ପରେ ମନ୍ଦିରର ନୀତିକାନ୍ତି ବନ୍ଦ ରହିଛି । ୨୦୨୦ ମସିହାରୁ ଏହି ବିବାଦ ଲାଗି ରହିଛି । ହେଲେ ଏହାର ସମାଧାନ ହୋଇପାରୁ ନାହିଁ । ସେବାୟତ ଗୋଷ୍ଠୀଙ୍କ ବିବାଦରୁ ମହାପ୍ରଭୁଙ୍କ ନୀତି ବନ୍ଦ ହେବା ଘଟଣା ନେଇ ଭକ୍ତଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି ।