ଓଡ଼ିଶା 365 (ବ୍ୟୁରୋ) : ବ୍ରିକ୍ସରେ ନୂଆ ୬ ଦେଶ ସାମିଲ ହୋଇଛନ୍ତି । ପୂର୍ବରୁ ବ୍ରିକ୍ସ ସଦସ୍ୟଙ୍କ ସଂଖ୍ୟା ୫ ଥିଲା । ଏବେ ଏହି ବଢିକ୍ ୧୧ ହେବାକୁ ଯାଉଛି । ନିକଟରେ ସାମିଲ ହୋଇଥିବା ଦେଶ ଗୁଡ଼ିକ ଆସନ୍ତା ଜାନୁଆରି ମାସରେ ସଦସ୍ୟତା ଗ୍ରହଣ କରିବେ । ତେବେ ଏହି ଦେଶଗୁଡିକ ସାମିଲ ହେବା ଦ୍ୱାରା ଦୁନିଆର ଅନ୍ତରାଷ୍ଟ୍ରିୟ ବଜାରରେ ଭାରତର ନିୟନ୍ତ୍ରଣ ରହିବ । କାରଣ ଦୁନିଆର ସବୁଠୁ ଅଧିକ ତେଲ ଉତ୍ପାଦନ କରୁଥିବା ୯ ଦେଶ ମଧ୍ୟରୁ ୬ ଟି ଦେଶ ବ୍ରିକ୍ସର ସଦସ୍ୟ ହେବାକୁ ଯାଉଛନ୍ତି । ବ୍ରାଜିଲ, ଋଷ, , ଚୀନ, ସାଉଦି ଆରବ ଓ ୟୁଏଇ ବ୍ରିକ୍ସରେ ସାମିଲ ଅଛନ୍ତି । ଏହାର ଅର୍ଥ ଅନ୍ତରାଷ୍ଟ୍ରିୟ ତେଲ ବଜାର ଉପରେ ବ୍ରିକ୍ସର ନିୟନ୍ତ୍ରଣକୁ ଆସିବ । ଯାହା ଦ୍ବାରା ଦୁନିଆର ପାଓ୍ବାର ବାଲାନ୍ସ ବଦଳିବାର ସମ୍ଭାବନା ଅଧିକ ହେବ । ଏ ପର୍ଯ୍ୟନ୍ତ ବ୍ରିକ୍ସ ବିକାଶଶୀଳ ଦେଶ ଗୁଡ଼ିକର ସଂଗଠନ ଥିଲା । ଏବେ ଆରବ ଦେଶ ଗୁଡ଼ିକର ବ୍ରିକ୍ସରେ ଏଣ୍ଟ୍ରି ମାରିବା ପରେ ତେଲ ଦର ଉପରେ ନିୟନ୍ତ୍ରଣ ବ୍ରିକ୍ସ ପାଖରେ ରହିବ । ଏହା ସହିତ ବ୍ରିକ୍ସ ପାଖରେ ବିଜନେସ ହବ ବନିବାର କ୍ଷମତା ମଧ୍ୟ ପାଖକୁ ଆସିଯାଇଛି ।
ବ୍ରିକ୍ସ କଣ ?
ବ୍ରିକ୍ସ ହେଉଛି ପାଞ୍ଚଟି ବୃହତ ଅର୍ଥବ୍ୟବସ୍ଥା ଥିବା ଦେଶ ଗୁଡ଼ିକର ସଂଗଠନ । ବ୍ରିକ୍ସର ପ୍ରତିଟି ଅକ୍ଷର ଗୋଟିଏ ଗୋଟିଏ ଦେଶର ପ୍ରତିନିଧିତ୍ବ କରୁଛି । ବିର ଅର୍ଥ – ବ୍ରାଜିଲ, ଆରର ଅର୍ଥ- ଋଷ, ଆଇର ଅର୍ଥ-ଇଣ୍ଡିଆ, ସିର ଅର୍ଥ-ଚୀନ, ଏସର ଅର୍ଥ -ସାଉଦି ଆରବ ।
ବିଶ୍ବର ୪୧ ପ୍ରତିଶତ ଜନସଂଖ୍ୟା ବ୍ରିକ୍ସର ସଦସ୍ୟ ଥିବା ଏହି ୫ ଟି ଦେଶର ଅଟନ୍ତି । ବିଶ୍ବ ଜିଡ଼ିପିରେ ବ୍ରିକ୍ସ ଦେଶର ଯୋଗଦାନ ପାଖାପାଖି ୩୧.୫ ପ୍ରତିଶତ ଅଟେ । ସେହିପରି ବିଶ୍ବରେ ବାଣିଜ୍ୟ କାରବାରରେ ବ୍ରିକ୍ସର ୧୬ ପ୍ରତିଶତ ଯୋଗଦାନ ରହିଛି । ତେବେ ଏହି ନୂଆ ୬ ଦେଶ ସାମିଲ ହେବା ପରେ ଆହୁରି କ୍ଷମତାଶୀଳ ହୋଇଯିବ । ଏହି ୧୧ ଦେଶରେ ବିଶ୍ବର ୪୬ ପ୍ରତିଶତ ଜନସଂଖ୍ୟା ବସବାସ କରନ୍ତି । ବିଶ୍ବର ୪୩ ପ୍ରତିଶତ ତେଲ ଉତ୍ପାଦନ ଏହି ଦେଶଗୁଡ଼ିକରୁ ହୁଏ । ଏହା ସହିତ ୨୫ ପ୍ରତିଶତ ରପ୍ତାନୀ ମଧ୍ୟ ଏହି ୧୧ ଟି ଦେଶରୁ ହୁଏ । ଏହି ଦେଶ ଗୁଡ଼ିକ ବ୍ରିକ୍ସରେ ସାମିଲ ହେଲେ ବିଶ୍ୱ ବାଣିଜ୍ୟ ଉପରେ ନିୟନ୍ତ୍ରଣ ଆହୁରି ବଢିବ । ଭାରତର ଦବଦବା ମଧ୍ୟ ବଢିବ ।