ଓଡ଼ିଶା 365(ବ୍ୟୁରୋ): ସେୟାର ବଜାରକୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ସୋମବାର ଭାରତୀୟ ସେୟାର ବଜାରର ପ୍ରାରମ୍ଭିକ ବାଣିଜ୍ୟ କରବାରରେ ବୃଦ୍ଧି । ବିଏସଇ ସୂଚକାଙ୍କ ସେନସେକ୍ସରେ ୧୭୭.୬୩ ପଏଣ୍ଟ ବୃଦ୍ଧି ପାଇ ଏହା ୬୫୦୬୪.୧୪ ପଏଣ୍ଟରେ ପହଁଞ୍ଚିଛି । ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟରେ ୬୨.୨ ପଏଣ୍ଟ ବୃଦ୍ଧି ପାଇ ଏହା ୧୯୩୨୮ ପଏଣ୍ଟରେ ପହଞ୍ଚିଛି । ସୋମବାର ଭାରତୀୟ ସେୟାର ବଜାରର ପ୍ରାରମ୍ଭିକ ବାଣିଜ୍ୟ କରବାରରେ ବୃଦ୍ଧି ଘଟିଥିବାର ଦେଖିବାକୁ ମିଳିଛି । ତେବେ ୩୦ ସେୟାର ଆଧାରିତ ବିଏସଇ ସୂଚକାଙ୍କ ସେନସେକ୍ସରେ ୧୭୭.୬୩ ପଏଣ୍ଟ ବୃଦ୍ଧି ପାଇ ଏହା ୬୫୦୬୪.୧୪ ପଏଣ୍ଟରେ କାରବାର କରିଛି। ସେହିପରି ୫୦ ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟରେ ମଧ୍ୟ ବୃଦ୍ଧି ଘଟିଛି । ତେବେ ନିଫ୍ଟିରେ ୬୨.୨ ପଏଣ୍ଟ ବୃଦ୍ଧି ପାଇ ଏହା ୧୯୩୨୮ ପଏଣ୍ଟରେ ପହଞ୍ଚିଛି । ସେପଟେ ସେନସେକ୍ସ ସେୟାର ମଧ୍ୟରୁ ଜିଓ ଫାଇନାନ୍ସିଆଲ ସର୍ଭିସେଜ୍ ଲିମିଟେଡ୍, ଟାଟା ଷ୍ଟିଲ୍, ଲାର୍ସେନ୍ ଆଣ୍ଡ ଟ୍ୟୁବ୍ରୋ, ସନ୍ ଫାର୍ମା, ପାଓ୍ବାର ଗ୍ରୀଡ, ଏଚ୍.ଡି.ଏଫ୍.ସି ବ୍ୟାଙ୍କ ଏବଂ ଜେ.ଏସ୍.ଡବ୍ଲୁ ଷ୍ଟିଲ ସବୁଜ ସଙ୍କେତ ଉପରେ କାରବାର କରିବା ସହ ଲାଭରେ ରହିଛନ୍ତି ।
ଅନ୍ୟପକ୍ଷେ ଏଚ୍.ସି.ଏଲ୍ ଟେକ୍ନୋଲୋଜି, ହିନ୍ଦୁସ୍ଥାନ ୟୁନିଲିଭର, ଭାରତୀ ଏୟାରଟେଲ, ଏସିଆନ ପେଣ୍ଟସ୍, ନେସ୍ଲେ ଏବଂ ଟାଇଟନର ସେୟାର ଗୁଡିକରେ ହ୍ରାସ ହେବା ସହ କ୍ଷତିରେ କାରବାର କରିଛନ୍ତି । ତେବେ ଏସିଆ ବଜାରରେ ଦକ୍ଷିଣ କୋରିଆର କୋସ୍ପି, ଜାପାନର ନିକ୍କି, ହଂକଂର ହ୍ୟାଙ୍ଗ୍ସେଙ୍ଗ ଏବଂ ଚୀନର ସଂଘାଇ କମ୍ପୋଜିଟ ଲାଭରେ କାରାବାର କରିଛନ୍ତି । ତେବେ ସୋମବାର ଇଣ୍ଟରବ୍ୟାଙ୍କ ବୈଦେଶିକ ଟଙ୍କା ବିନିମୟ ବଜାରରେ ପ୍ରାରମ୍ଭିକ କାରବାରରେ ଆମେକିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାରେ ବୃଦ୍ଧି ଘଟିଛି । ଟଙ୍କାର ମୂଲ୍ୟରେ ୧୨ପଇସା ବୃଦ୍ଧି ପାଇ ପ୍ରତି ଡଲାର ତୁଳନାରେ ଏହା ୮୨.୫୨ରେ ପହଞ୍ଚିଛି । ଏସିଆ ଏବଂ ଘରୋଇ ବଜାରରେ ସକରାତ୍ମକ ପ୍ରଭାବରୁ ଟଙ୍କାର ମୂଲ୍ୟରେ ବୃଦ୍ଧି ଘଟିଥିବା ଆକଳନ କରାଯାଉଛି ।
ସୋମବାର ଇଣ୍ଟରବ୍ୟାଙ୍କ ବୈଦେଶିକ ଟଙ୍କା ବିନିମୟ ବଜାରରେ ଟଙ୍କା ୮୨.୫୮ରେ ଆରମ୍ଭ ହୋଇ ୮୨.୫୨ରେ ପହଞ୍ଚିଥିଲା, ଯାହା ପୂର୍ବ କାରବାର ତୁଳନାରେ ୧୨ ପଇସା ବୃଦ୍ଧି ପାଇଛି । ତେବେ ପୂର୍ବରୁ ଶୁକ୍ରବାର ଭାରତୀୟ ଟଙ୍କା, ଆମେରିକା ଡଲାର ତୁଳନାରେ ୭୨.୬୩ରେ ବନ୍ଦ ହୋଇଥିଲା । ଏହା ମଧ୍ୟରେ 6ଟି ପ୍ରମୁଖ ମୁଦ୍ରା ତୁଳନାରେ ଆମେରିକା ଡଲାରର ସୂଚକାଙ୍କ ୧୦୪.୦୭ ରେ କାରବାର କରିଛି । ତେବେ ଅଶୋଧିତ ତୈଳ ୦.୧୧ ପ୍ରତିଶତ ହ୍ରାସ ହେବା ସହ ପ୍ରତି ବ୍ୟାରେଲ ପିଛା ୮୪.୩୯ ଡଲାରରେ କାରବାର କରିଥିଲା ।