ଓଡ଼ିଶା 365 (ବ୍ୟୁରୋ):
କର୍କଟ ରୋଗର ରାମବାଣ ଅପରାଜିତା
ଅପରାଜିତା ଫୁଲ ମହାଦେବଙ୍କର ଅତି ପ୍ରିୟ ଫୁଲ । ଏହା ଦେଖିବାକୁ ଯେତିକି ସୁନ୍ଦର ତା ଗୁଣ ମଧ୍ୟ ଆହୁରି ଭଲ । ଆମ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥାଏ ଏହି ଫୁଲ । ଅପରାଜିତା ଫୁଲରେ ପି-କୌମାରିକ୍ ଏସିଡ୍, ଡେଲ୍ଫିନିଡିନ୍-୩, କେମ୍ଫୋରାଲ୍, ୫-ଗ୍ଲୁକୋସାଇଡ୍ ପରି ଆଣ୍ଟିଅକ୍ସିଡାଣ୍ଟରେ ବିପୁଳ ମାତ୍ରାରେ ଥାଏ ।
ଅପରାଜିତାର ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ । ଏହା ସଂକ୍ରମଣରୁ ରକ୍ଷା କରିବାରେ ସାହାର୍ଯ୍ୟ କରିବା ସହ, ଓଜନ ହ୍ରାସ ମେଟାବୋଲିଜିମକୁ ତ୍ୱରାନ୍ୱିତ କରିଥାଏ, ଯେଉଁଥି ପାଇଁ ଶରୀରରେ ଚର୍ବି ସୃଷ୍ଟି ହୋଇନଥାଏ ।
ଏହାସହ ଅପରାଜିତା ଫୁଲ ରକ୍ତଚାପ ଏବଂ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ବେଶ୍ ସହାୟକ ହୋଇଥାଏ। ଏହା ହୃଦଘାତର ଆଶଙ୍କା ମଧ୍ୟ ହ୍ରାସ କରିଥାଏ। ସବୁଠୁ ବଡ଼ କଥା ହେଉଛି ଅପରାଜିତା ଫୁଲ ଖାଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା କମିଯାଇଥାଏ । ଏହି ଫୁଲରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ କର୍କଟ କୋଷଗୁଡ଼ିକର ବୃଦ୍ଧିକୁ ଅଟକାଇବା ରେ ବେଶ୍ ସହାୟକ ହୋଇଥାଏ ।