ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ପୁରୁଷ ହୁଅନ୍ତୁ ଅବା ମହିଳା ସମସ୍ତେ ଶୋଇବା ସମୟରେ କିଛି ନା କିଛି ସ୍ୱପ୍ନ ଦେଖିଥାନ୍ତି । ରାତି ପାହିବା ପରେ କେତେକ ସ୍ୱପ୍ନ ଆମର ମନେ ରହିଥାଏ ତ ଆଉ କେତେକ ସ୍ୱପ୍ନକୁ ଆମେ ଭୁଲିଯାଇଥାଉ । ହେଲେ ଆପଣ ଜାଣନ୍ତି କି ସ୍ୱପ୍ନ ସହ ଆପଣଙ୍କର ଭବିଷ୍ୟତ ଜଡ଼ିତ ହୋଇରହିଥାଏ । କିଛି ସ୍ୱପ୍ନ ରହିଛି, ଯାହାର ସଙ୍କେତ ବିବାହ ହେବାର ସୂଚନା ଦେଇଥାଏ। ଯଦି କୌଣସି ଯୁବକ ସ୍ୱପ୍ନରେ ସୁନ୍ଦର ରଙ୍ଗର ପୋଷାକ କିମ୍ବା କୌଣସି ମହିଳା,ଝିଅ ସୁନ୍ଦର ରଙ୍ଗର ପୋଷକ ପିନ୍ଧିଥିବା ଦେଖନ୍ତି, ତେବେ ଆପଣଙ୍କୁ ଶାନ୍ତ ଧେର୍ୟ୍ୟବାନ ସ୍ତ୍ରୀ ପ୍ରାପ୍ତି ହେବ।
ଯଦି ସ୍ୱପ୍ନରେ ସୁନାର ଅଳଙ୍କାର ଉପହାର ମିଳିବା ଦେଖୁଛନ୍ତି ତେବେ ଏହା ଶୀଘ୍ର ବିବାହ ହେବାର ସଙ୍କେତ ଦେଇଥାଏ । ପ୍ରେମୀଯୁଗଳ ଯଦି ଆପଣଙ୍କ ସ୍ୱପ୍ନରେ ବଗିଚାରେ ବୁଲୁଥିବାର ଦେଖିଲେ, ପ୍ରେମରେ ଶୀଘ୍ର ସଫଳତା ମିଳିଥାଏ ବୋଲି କୁହାଯାଏ । ଏହାସହ ସ୍ୱପ୍ନରେ ବିଲେଇ ଦେଖିଲେ କୁହାଯାଏ କି, ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ । ସ୍ୱପ୍ନରେ ମୟୁର ପୁଚ୍ଛ କିମ୍ବା ବଂଶୀ ଦେଖିବା ଉତ୍ତମ ଜୀବନସାଥୀ ସହ ଶୀଘ୍ର ବିବାହ ହେବାର ସଙ୍କେତ ଦେଇଥାଏ। ଯଦି ସ୍ୱପ୍ନରେ ଗୋଲାପ ଫୁଲ ଦେଖୁଛନ୍ତି ତେବେ ଅଟକି ଥିବା କାମରେ ସଫଳତା ମିଳିଥାଏ।