ଓଡ଼ିଶା365(ବ୍ୟୁରୋ): ଚନ୍ଦ୍ରଯାନର ସଫଳତା ଦେଶର ଯୁବପିଢ଼ିଙ୍କ ମଧ୍ୟରେ ମହାକାଶ ଗବେଷଣା ପାଇଁ ଅହେତୁକ ଆଗ୍ରହ ପ୍ରକାଶ ପାଇଛି । ଚନ୍ଦ୍ରାୟନ3 ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଦେଶର କୋଣ ଅନୁକୋଣରେ ଲୋକେ ଏ ନେଇ ଚର୍ଚା କରୁଛନ୍ତି । ଦକ୍ଷିଣମେରୁରେ ପ୍ରଜ୍ଞାନ ରୋଭରର ଚାଲୁଥିବା ଦେଖି ସାରା ବିଶ୍ବରେ ଭାରତକୁ ପ୍ରଶଂସା କରାଯାଉଛି । ଚନ୍ଦ୍ରଯାନ-୩ ସଫଳ ହେବା ପରେ ଏବେ ଇସ୍ରୋର ପୂର୍ବତନ ବୈଜ୍ଞାନିକ ନମ୍ବି ନାରାୟଣ ଯେଉଁ ପ୍ରତିକ୍ରିୟା ରଖିଛନ୍ତି ତାହାକୁ ନେଇ ସୋସିଆଲ ମିଡିଆ ଦୁଇଭାଗ ହୋଇଛି । ନମ୍ବି ନାରାୟଣ କହିଛନ୍ତି ପୂର୍ବରୁ ଥିବା ସରକାର ଇସ୍ରୋର ବୈଜ୍ଞାନିକଙ୍କ ଉପରେ ଭରସା କରୁନଥିଲେ । ଇସ୍ରୋ ପାଇଁ ଆବଶ୍ୟକ ଅର୍ଥ ପ୍ରଦାନ କରୁନଥିଲେ । କୌଣସି ପରୀକ୍ଷଣ ପାଇଁ ସରକାର ଯେଉଁ ସାହାଯ୍ୟ କରୁଥିଲେ ତାହା ପାଉନଥିଲା ।
ପୂର୍ବତନ ସରକାର ସହଯୋଗ କରିନଥିବା କହିଛନ୍ତି ନମ୍ବି ନାରାୟଣ। ଇସ୍ରୋରେ ସେ ଦିନ ବିଷୟରେ ନମ୍ବି ନାରାୟଣ କହୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସେ ଅନେକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଏପରିକି ବୈଜ୍ଞାନିକଙ୍କ ପାଇଁ ଗାଡ଼ି ମଧ୍ୟ ନଥିଲା । “ଇସ୍ରୋ ବିଶ୍ୱସନୀୟତା ଉପରେ ସରକାର ପ୍ରଶ୍ନ କରୁଥିଲେ । ବୈଜ୍ଞାନିକଙ୍କ ଉପରେ ସରକାରଙ୍କ ବିଶ୍ବାସ ନଥିଲା । ନମ୍ବି ନାରାୟଣ କହିଛନ୍ତି ପ୍ରଥମେ ଆମ ପାଖରେ ଜିପ୍ ନଥିଲା। ଆମର କାର୍ ନଥିଲା। ଆମର କିଛି ନଥିଲା। ଏହାର ଅର୍ଥ ଆମକୁ କୌଣସି ବଜେଟ୍ ବଣ୍ଟନ କରାଯାଇ ନଥିଲା। କେବଳ ଗୋଟିଏ ବସ୍ ଥିଲା, ଯାହା ସିଫ୍ଟରେ ଚାଲୁଥିଲା।” ଆଜି ‘ଚନ୍ଦ୍ରଯାନ-୩’ ସଫଳ ହେବାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକୁ ହିଁ ଯିବ । ଆଜି ସରକାର ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି । ଯାହା ଫଳରେ ଇସ୍ରୋ ସଫଳତା ହାସଲ କରିପାରୁଛି ।