ଓଡ଼ିଶା 365 (ବ୍ୟୁରୋ) : ସେପ୍ଟେମ୍ବର 2ରେ ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ ଉତକ୍ଷେପଣ ହେବ ଆଦିତ୍ୟ ଏଲ1
() ଚନ୍ଦ୍ର ପରେ ସୂର୍ଯ୍ୟ ଅଧ୍ୟୟନ ପାଇଁ ଯିବ ଭାରତର ଆଦିତ୍ୟ ଏଲ1 ସ୍ପେସ କ୍ରାଫ୍ଟ । ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ପୁଣି ରଚିବ ନୂଆ ଇତିହାସ । ଚନ୍ଦ୍ରଯାନ ୩ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଏବେ ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବାକୁ ସ୍ପେସକ୍ରାପ୍ଟ ପଠାଇବ ଇସ୍ରୋ । ଆଦିତ୍ୟ ଏଲ-1ର କାର୍ଯ୍ୟସମୟ 4 ମାସ ରହିବ ।
() ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ,ଇସ୍ରୋ ନିଜର ସୌର ମିସନ ନେଇ ଘୋଷଣା କରିଛି । ପୃଥିବୀଠାରୁ ସୂର୍ଯ୍ୟ ପ୍ରାୟ 150 ମିଲିୟନ୍ କିଲୋମିଟର ଦୂରରେ ଥିବା ବେଳେ 15 ଲକ୍ଷ କିଲୋମିଟର ହାରାହାରି ଯିବ ଆଦିତ୍ୟ ଏଲ 1 । ସେପ୍ଟେମ୍ବର ୨ରେ ଭାରତ ଆରମ୍ଭ କରିବ ସୂର୍ଯ୍ୟ ମିଶନ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ସୂର୍ଯ୍ୟଙ୍କ ଅଧ୍ୟୟନ ନିମନ୍ତେ ସେପ୍ଟେମ୍ବର ୨ ତାରିଖ ଦିନ ଆଦିତ୍ୟ ଏଲ-୧ 11ଟା 30ରେ ମହାକାଶକୁ ଯିବ । ଆଦିତ୍ୟ ଏଲ-୧ ମହାକାଶ ଯାନ ସୋଲାର କରୋନା ଉପରେ ଅଧ୍ୟୟନ କରିବ । ସୂର୍ଯ୍ୟଙ୍କ ବାହ୍ୟ ଭାଗ ର ରିମୋଟ ଅବଜର୍ଭେସନ କରିବ । ସୂର୍ଯ୍ୟ-ପୃଥିବୀ ଲଙ୍ଗ ରେଞ୍ଜ ପଏଣ୍ଟରେ ସୌର ବାୟୁର ପର୍ଯ୍ୟବେକ୍ଷଣ ମଧ୍ୟ କରିବ । ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି ଯେ ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସୂର୍ଯ୍ୟଙ୍କ ବିଷୟରେ ଜାଣିବା ପାଇଁ ଏହା ଭାରତର ସ୍ପେଶମିଶନ ହେବ । ଆଦିତ୍ୟ ଏଲ-୧ ମିଶନର ଲକ୍ଷ୍ୟ ଅର୍ବିଟର ଚାରି ପାଖରୁ ସୂର୍ଯ୍ୟଙ୍କୁ ଅନୁଧ୍ୟାନ କରିବ । ଏହି ସ୍ପେଶ କ୍ରାପ୍ଟ ୭ଟି ପେଲୋଡ ନେଇ ଯିବ । ଶ୍ରୀହାରିକୋଟାରୁ PSLV ରକେଟରେ ଆଦିତ୍ୟ ଏଲ 1କୁ ପଠାଯିବ । ଏହା ଇଲିପଟିକାଲ୍ କକ୍ଷପଥକୁ ଯିବ, ଏହା ପରେ ଏହା L1 ପଏଣ୍ଟକୁ ଯାତ୍ରା କରିବ, ଯାହା ପ୍ରାୟ 120 ଦିନ ହେବ ।