ଆଥଲେଟ୍ କିଶୋର ଜେନାଙ୍କୁ ୨୫ ଲକ୍ଷ ଟଙ୍କା ଦେବେ ରାଜ୍ୟସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ରେ ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ୫ମ ସ୍ଥାନରେ ରହିଛନ୍ତି ଓଡ଼ିଶାର କିଶୋର ଜେନା ବୁଡ଼ାପେଷ୍ଟରେ ଅନୁଷ୍ଠିତ ହୋଇଥିବା ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପ୍ରେ ଜାଭେଲିନ ଥ୍ରୋରେ କିଶୋର କୁମାର ଜେନା ଫାଇନାଲରେ ପ୍ରବେଶ କରିଥିଲେ । ଯାହାଫଳର ଓଡ଼ିଶାର କ୍ରୀଡ଼ା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି ।
ନୀରଜ ଚୋପ୍ରା ଓ ଅର୍ଶଦ ନଦୀମଙ୍କ ଭଳି ଆଗ ଧାଡ଼ିର ଜାଭେଲିନ ଥ୍ରୋୟର ଥାଉ ଥାଉ କିଶୋରଙ୍କ ପଦକ ଆଶା କ୍ଷୀଣ ରହିଥିଲା । କିନ୍ତୁ ସେ ନିଜ କ୍ୟାରିୟରରେ ଶ୍ରେଷ୍ଠ ପ୍ରଦର୍ଶନ (୮୪.୭୭ ମିଟର) ଦେଇ କେବଳ ରାଜ୍ୟ ନୁହେଁ ପୁରା ସାରା ଦେଶବାସୀଙ୍କ ହୃଦୟ ଜିତିପାରିଥିଲେ । କିଶୋରଙ୍କ ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି କହିଛନ୍ତି ଯେ, “କିଶୋର ଜେନାଙ୍କ ଉଲ୍ଲେଖନୀୟ ଯାତ୍ରା ଏବଂ ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ କେବଳ ଆମ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିନାହିଁ ବରଂ ଅନେକ ଆଥଲେଟିକ୍ସଙ୍କୁ ଆଗାମୀ ଯାତ୍ରା ପାଇଁ ପ୍ରେରଣା ଯୋଗାଇବ।