ଓଡ଼ିଶା 365 (ବ୍ୟୁରୋ): ସ୍ନେହ ଓ ମମତାର ପର୍ବ ରାକ୍ଷୀ । ଭାଈ ଭଉଣୀଙ୍କୁ ଗୋଟିଏ ଡୋରିରେ ବାନ୍ଧି ରଖିଥାଏ ରାକ୍ଷୀ । ଏହା ଏକ ପବିତ୍ର ବନ୍ଧନ । ହେଲେ ଚଳିତବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଅନେକଙ୍କ ମନରେ ଦ୍ୱନ୍ଦ ରହିଛି । କେହି ୩୦ ତାରିଖରେ ରାକ୍ଷୀ ବାନ୍ଧିବାକୁ ଚାହୁଛି ତ ଆଉ କେହି ୩୧ ତାରିଖରେ ରାକ୍ଷୀ ବାନ୍ଧିବାକୁ ଶୁଭ ବୋଲି ଭାବୁଛି ହେଲେ କେଉଁଦିନ ଶୁଭ ହେବ ଆସନ୍ତୁ ଜାଣିବା ।
ପାଞ୍ଜି ଅନୁସାରେ ଶ୍ରାବଣ ମାସର ୩୦ ତାରିଖ ଅର୍ଥାତ୍ ବୁଧବାର ସକାଳ ୧୦.୫୮ରୁ ନେଇ ୩୧ ତାରିଖ ଗୁରୁବାର ସକାଳ ୦୭.୦୫ ପର୍ୟ୍ୟନ୍ତ ରକ୍ଷା ବନ୍ଧନ ତିଥି ରହିଛି। ଏହି ସମୟ ମଧ୍ୟରେ ଯେତେବେଳେ ବି ରାକ୍ଷୀ ବାନ୍ଧିଲେ ଚଳିବ। ଅଗଷ୍ଟ ୩୦ ତାରିଖରେ ଶ୍ରାବଣ ପୂର୍ଣ୍ଣିମା ସହ ଭଦ୍ରାକାଳ ଆରମ୍ଭ ହୋଇଯିବ। ରାତି ୦୯.୦୨ରେ ହେବ ସମାପନ । ତେବେ ଭଦ୍ରାକାଳ ସରିବା ପରେ ଅର୍ଥାତ, ୩୦ ତାରିଖ ରାତି ୦୯.୦୨ ପରେ ରାକ୍ଷୀ ବାନ୍ଧିବା ବେଶି ଶୁଭ ବୋଲି ବିଶ୍ବାସ କରାଯାଉଛି। ସେହିପରି ୩୧ ତାରିଖ ଗୁରୁବାର ଭୋଲର୍ ୪.୨୬ରୁ ନେଇ ୫.୧୪ ଭିତରେ ରହିବ। ଏହି ସମୟରେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ଶୁଭ ବୋଲି କହିଛନ୍ତି ପଞ୍ଜିକାରମାନେ ।