ଓଡ଼ିଶା 365 (ବ୍ୟୁରୋ) :ପଶ୍ଚମବଙ୍ଗ ଜଗନ୍ନାଥପୁର ବାଣ କାରଖାନା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୮ କୁ ବୃଦ୍ଧି ପାଇଛି । ସେପଟେ ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା ଘଟଣାର ତଦନ୍ତ କରିବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଉତ୍ତର ୨୪ ପ୍ରଗଣା ଜିଲ୍ଲା ଦତ୍ତପୁକୁର ଥାନା ଅଧୀନରେ ନିଲଗୁଞ୍ଜର ମୋସପୋଲ୍ରେ ଥିବା ବାଣ କାରଖାନାରେ ଲୋକମାନେ କାମ କରୁଥିବା ସମୟରେ ସକାଳ ପ୍ରାୟ ୧୦ଟା ବେଳେ ଉକ୍ତ ବିସ୍ଫୋରଣ ହୋଇଛି। ବିସ୍ଫୋରଣର ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆବଶ୍ୟକ ଅନୁମତି ନନେଇ ବାଣ ପ୍ରସ୍ତୁତି ପାଇଁ କଞ୍ଚାମାଲ ମହଜୁଦ ରଖାଯାଇଥିଲା ବୋଲି ପୁଲିସ କହିଛି ।