ଓଡ଼ିଶା 365 (ବ୍ୟୁରୋ) : ପ୍ରଧାନ ମନ୍ତ୍ରୀ ଜନ-ଧନ ଯୋଜନା ଦ୍ବାରା ଦେଶରେ ହୋଇଥିବା ବିତ୍ତିୟ ସମାବେସନ ଓ ଡିଜିଟାଲ କାରୋବାର ଉପରେ କ୍ରାନ୍ତି ଆଣିଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ସେହିପରି ପ୍ରଧାନ ମନ୍ତ୍ରୀ ଜନ-ଧନ ଯୋଜନାର ଆକାଉଣ୍ଟ ସଂଖ୍ୟା ସୋମବାର ୫୦୦ ମିଲିୟନ ଅତିକ୍ରମ କରିଛି । ଯୋଜନା ଆରମ୍ଭ ହେବାର ନଅ ବର୍ଷ ପରେ ଏଥିରେ ଜମା ରାଶି ୨ ଲକ୍ଷ କୋଟିରୁ ଅଧିକ ହୋଇଛି । ଏଥିରେ ମହିଳାଙ୍କର ୫.୫ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟ ରହିଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ହିତାଧିକାରୀ, ବ୍ୟାଙ୍କ, ବୀମା କମ୍ପାନୀ ଏବଂ ସରକାରୀ କର୍ମଚାରୀଙ୍କ ମିଳିତ ପ୍ରୟାସରେ ଏହି ଯୋଜନା ସଫଳ ହୋଇଛି । ଏହାର ବ୍ୟବହାର କରି ସରକାର ସବସିଡି କିମ୍ବା ସାମାଜିକ ସୁବିଧା ସିଧାସଳଖ ଗରିବଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର ହେଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।