ଓଡ଼ିଶା 365 (ବ୍ୟୁରୋ) : ସରିଗଲା ମାନବିକତା ମରିଗଲା ମଣିଷ ପଣିଆ । ଥାନାରେ ଝିଅ ଯୌନ ଉତ୍ପୀଡ଼ନ ମାମଲା ଦେଇଥିବାରୁ ଭାଇକୁ ହତ୍ୟା କରି ମା’କୁ ବିବସ୍ତ୍ର କରି ରାସ୍ତାରେ ଚଲାଇଲେ ଦୁର୍ବୁତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରବିବାର ଦିନ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଝିଅର ମାଆକୁ ବିବସ୍ତ୍ର କରି ରାସ୍ତାରେ ଚଲାଇବା ସହିତ ବହୁସଂଖ୍ୟକ ଉତ୍ତ୍ୟକ୍ତ ଜନତା ତାଙ୍କ ପୁଅକୁ ପିଟି ପିଟି ହତ୍ୟା କରିଥିବା କଥା ପୁଲିସ କହିଛି ଲୋକେଶ କୁମାର ।
ସୂଚନା ମୁତାବକ ୨୦୧୯ମସିହାରେ ମହିଳାଙ୍କ ଝିଅ ଥାନାରେ ଯୌନ ଉତ୍ପୀଡ଼ନ ମାମଲା ରୁଜୁ କରାଇଥିଲେ। ଆକ୍ରମଣକାରୀଙ୍କ କବଳରୁ ପରିବାର ସଦସ୍ୟମାନଙ୍କୁ ରକ୍ଷା କରିବାକୁ ଯାଇ ସେ ଝିଅ ମଧ୍ୟ ଆହତ ହୋଇଛି । ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଲୋକେଶ କୁମାର ଗଣମାଧ୍ୟମକୁ କହିଛନ୍ତି, ଖୁରାଇ ଥାନା ଅଞ୍ଚଳରେ ପୁରୁଣା ବିବାଦ ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହେବା ସହିତ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ମାଡ଼ ଖାଇବା ପରେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେ ମୃତ ବୋଲି ସେଠାରେ ଡାକ୍ତରମାନେ ଘୋଷଣା କରିଥିଲେ ।
ପରେ ଘଟଣାସ୍ଥଳରେ ପୁଲିସ ଖବର ପାଇଁ ପହଁଞ୍ଚିଥିଲା । ଏହି ଘଟଣାରେ ୯ଜଣଙ୍କୁ ନରହତ୍ୟା ମାମଲାରେ ଅଭିଯୁକ୍ତ କରାଯାଇଛି ଏବଂ ଆଉ ୩ ଜଣଙ୍କ ବିରୋଧରେ ‘ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଆଇନରେ ଥିବା କଠୋର ଦଫା ଲାଗୁ କରାଯିବ ବୋଲି ସେ କହିଛନ୍ତି। ୨୦୧୯ରେ ପୀଡ଼ିତାଙ୍କ ୧୮ ବର୍ଷୀୟ ଝିଅ ୪ଜଣ ବ୍ୟକ୍ତିଙ୍କ ନାଁରେ ହତ୍ୟା ଧମକ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ୪ଜଣ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ତେଣୁ, ମାମଲା ପ୍ରତ୍ୟାହାର ପାଇଁ ତାଙ୍କ ଉପରେ ବାରମ୍ବାର ଚାପ ପକାଯାଉଥିଲା । ତେବେ ପରିବାର ନସୁଣିବାରୁ ଏଭଳି କରିଥିବା କଥା କହିଛନ୍ତି ମା ।