ଓଡ଼ିଶା365(ବ୍ୟୁରୋ): କର୍ଣ୍ଣାଟକର ମାଇକୋ ଲେଆଉଟ୍ ଥାନା ଅଞ୍ଚଳରେ ପ୍ରେସର୍ କୁକର୍ରେ ‘ଲିଭ୍-ଇନ୍ ପାର୍ଟନର୍’ଙ୍କ ମୁଣ୍ଡକୁ ଛେଚି ହତ୍ୟା । ଘଟଣାରେ ଜଣେ ୨୪ ବର୍ଷିୟ ଯୁବକଙ୍କୁ ଗିରଫ କରାଯାଇଥିବା କହିଛି ପୁଲିସ। ଅଭିଯୁକ୍ତ ହେଲେ ୨୪ ବର୍ଷିୟ ବୈଷ୍ଣବ ଓ ମୃତ ଯୁବତୀ ହେଲେ ୨୪ ବର୍ଷୀୟା ଦେବୀ। ଉଭୟଙ୍କ ଘର କେରଳରେ। ସେମାନେ ୩ବର୍ଷ ହେବ ଏକଠି ରହୁଥିଲେ। ଦୁହେଁ ସାଥିହୋଇ କଲେଜରେ ପାଠ ପଢ଼ିବା ସହ ‘ସେଲ୍ସ୍ ଓ ମାର୍କେଟିଙ୍ଗ୍ ସେକ୍ଟର୍’ରେ କାମ କରୁଥିଲେ। ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦେବୀଙ୍କ ଭଉଣୀ କୃଷ୍ଣା ତାଙ୍କ ମୋବାଇଲ୍ ଫୋନ୍କୁ କଲ୍ କରି ଉତ୍ତର ନ ପାଇବାରୁ କଥା କ’ଣ ବୋଲି ବୁଝି ଆସିବାକୁ ସେମାନଙ୍କର ଜଣେ ପଡ଼ୋଶୀଙ୍କୁ ଫୋନ୍ କରିଥିଲେ । ଏହାପରେ ଘଟଣା ଲୋକଲୋଚନକୁ ଆସିଥିଲା। ଦୁହେଁ ସକାଳେ ତାଙ୍କ ଘରକୁ ଆସିଥିଲେ ଓ ଯୁକ୍ତିତର୍କ କରୁଥିଲେ ବୋଲି କୃଷ୍ଣା ପୁଲିସକୁ କହିଛନ୍ତି। ବେଙ୍ଗାଲୁରୁ ସିଟି ପୁଲିସର ଦକ୍ଷିଣ-ପୂର୍ବ ଡିଭିଜନ୍ର ‘ଡିସିପି’ ସି. କେ. ବାବା କହିଛନ୍ତି, କିଛିଦିନ ତଳେ ଅଭିଯୁକ୍ତ ବୈଷ୍ଣବଙ୍କର ଦେବୀଙ୍କ ପ୍ରତି ସନ୍ଦେହ ସୃଷ୍ଟି ହୋଇଥିଲା। ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ତେବେ ଗତକାଲି ମଧ୍ୟ ଦୁହିଁଙ୍କ ମଧ୍ୟରେ ସେହି କାରଣକୁ ନେଇ ଝଗଡ଼ା ହୋଇଥିଲା। ରାଗରେ ହିତାହିତ ଜ୍ଞାନ ଭୁଲି ଯାଇ ବୈଷ୍ଣବ ଦେବୀଙ୍କୁ ପ୍ରେସର୍ କୁକର୍ରେ ପିଟି ଦେଇଥିଲେ।