ଓଡ଼ିଶା 365 (ବ୍ୟୁରୋ) : ଆଜି ହେଉଛି ଯୋଡା ଶ୍ରାବଣର ଶେଷ ସୋମବାର । ସଂକ୍ରାନ୍ତି ଠାରୁ ସଂକ୍ରାନ୍ତି ବ୍ରତ ପାଳନ କରୁଥିବା ଭକ୍ତଙ୍କ ପାଇଁ ଆଜି ଶ୍ରାବଣର ଶେଷ ସୋମବାର । ଏଥିପାଇଁ ଭୁବନେଶ୍ୱର ବାବା ଲିଙ୍ଗରାଜଙ୍କ ମନ୍ଦିରରେ ଶହଶହ ବୋଲବମ୍ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ବ୍ୟାରିକେଡରେ ଲମ୍ୱା ଲାଇନରେ ରହି ଶାନ୍ତିଶୃଙ୍ଖଳାର ସହ ଜଳଲାଗି କରୁଛନ୍ତି ଭକ୍ତ । ଶୃଙ୍ଖଳିତ ଜଳଲାଗି ପାଇଁ ପୋଲିସ ପ୍ରଶାସନ ତରଫରୁ ମନ୍ଦିର ସମେତ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି ।
ଖାଲି ସେତିକି ନୁହେଁ ବରଂ ରାଜ୍ୟର ସମସ୍ତ ଶୈବ ପୀଠରେ କାଉଡିଆଙ୍କ ଭିଡ ଲାଗିରହିଛି । ଚଳିତ ବର୍ଷ ଯୋଡା ଶ୍ରାବଣ ପଡିବା ଯୋଗୁ ଆଉ ଦୁଇ ସପ୍ତାହ ଜଳ ଲାଗି କରାଯାଇଥିଲା । ତେବେ ଶେଷ ଦିନରେ ସମସ୍ତ ଶୈବ ପୀଠରେ ଜଳ ଲାଗି ସରିବା ପରେ ଭକ୍ତ ମାନେ ନିଜନିଜ ଘରକୁ ଫେରିଛନ୍ତି ।