ଓଡ଼ିଶା 365 (ବ୍ୟୁରୋ) : ନିଷିଦ୍ଧାଞ୍ଚଳରେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ପାରାଦୀପ ବନ୍ଦର କର୍ମଚାରୀ । ବନ୍ଦରର MCHP ପ୍ଲଟ ନିକଟରେ ଏକ ବୋଲେରୋକୁ ଏକ କୋଇଲା ବୋଝେଇ ଟ୍ରେନ ଧକ୍କା ଦେବା ସହିତ ପାଖାପାଖି ୨୦ ମିଟରରୁ ଉର୍ଦ୍ଧ୍ବ ବାଟ ଘୋଷାଡି ନେଇଥିଲା । ଫଳରେ ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୋଲେରୋ ଯାତ୍ରୀ ଓ ଡ଼୍ରାଇଭର ।
ସୂଚନାଯୋଗ୍ୟ ଯେ, ପାରାଦୀପ ବନ୍ଦରର MCHP ବର୍ଥ ନିକଟ ରେଲୱେ ଲାଇନକୁ ଏକ ବୋଲେରୋ ପାସ୍ କରୁଥିବା ବେଳେ ଟ୍ରେନ୍ଟି ଧକ୍କା ଦେଇଥିଲା । ବୋଲେରୋ ଚାଳକଙ୍କ ଅନ୍ୟମନସ୍କତା କିମ୍ବା ଭୁଲ ବଶତଃ ଟ୍ରେନ୍ ଗଡିଯିବାରୁ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ବୋଲେରୋରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।