ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟର ଖାଦ୍ୟଶୈଳୀ ଆପଣଙ୍କ ଜୀବନରେ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ । ବିଶେଷ କରି ପୁରୁଷ ମାନଙ୍କ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ । ଆପଣ ଜାଣନ୍ତି କି ଏମିତି କିଛି ଖାଦ୍ୟ ଅଛି ଯାହାକୁ ଖାଇଲେ ପୁରୁଷମାନେ ପୁରୁଷତ୍ୱ ହରାଇ ବସନ୍ତି ।
ଆସନ୍ତୁ ଜାଣିବା କେଉଁସବୁ ଖାଦ୍ୟ ପୁରୁଷ ମାନଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ :
ଅତ୍ୟଧିକ କଫି ପିଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। ଯଦି ପୁରୁଷ ମାନେ ଅତ୍ୟଧିକ କଫି କିମ୍ବା କଫି ଜାତୀୟ ଖାଦ୍ୟ ଖାଆନ୍ତି ତେବେ ନପୁଂସକ ହେବାର ସମ୍ଭାବନା ରହିଥାଏ । ସେହିପରି ସମସ୍ତେ ଜାଣନ୍ତି ଧୂମପାନ ସ୍ୱାସ୍ଥ୍ୟପ୍ରତି ହାନିକାରକ । ଏହାର ଅତ୍ୟଧିକ ବ୍ୟବହାର ଫଳରେ ଜୀବନ ଯାଇପାରେ । କ୍ୟାନସର ଏବଂ କିଡ଼ନୀ ଖରାପ ହେବାସହ ଆପଣ ସବୁଦିନ ପାଇଁ ନପୁଂସକ ମଧ୍ୟ ହୋଇପାରନ୍ତି । ତେଣୁ ଯଥାସମ୍ଭବ ଧୂମପାନ ଠାରୁ ନିଜକୁ ଦୂରେଇ ରଖନ୍ତୁ । ଏହାସହ ଅତ୍ୟଧିକ ମାତ୍ରାରେ ଜଙ୍କଫୁଡ଼, ଖଟା, ରାଗ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ମଧ୍ୟ ନପୁଂସକ ହେବାର ମୁଖ୍ୟ କାରଣ ହୋଇଥାଏ । ତେଣୁ ଏସବୁ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ ।