ଓଡ଼ିଶା 365 (ବ୍ୟୁରୋ) : ଅପରାଧକୁ ରୋକିବା କାରଣରୁ ଉତ୍ତରପ୍ରଦେଶରେ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଛି। ଆଜି ୟୁପିରେ ଆଇନର ରାଜ ଚାଲିଛି। ରୋଜଗାର ମେଳା କାର୍ଯ୍ୟକ୍ରମରେ ଭିଡିଓ କନଫରେନସିଂ ଜରିଆରେ ଯୋଗଦେଇ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ସେ ଏକ ସମ୍ବୋଧନରେ କରି ମୋଦି କହିଛନ୍ତି, ଥରେ ୟୁପି ବିକାଶ ଦୃଷ୍ଟିରୁ ବହୁ ପଛରେ ଥିଲା ଏବଂ ଅପରାଧ ଦୃଷ୍ଟିରୁ ଆଗରେ ଥିଲା। ୟୁପି ପୂର୍ବରୁ ଗ୍ୟାଙ୍ଗଷ୍ଟରଙ୍କ ଦ୍ୱାରା ଶାସିତ ଥିଲା, ୟୁପିରେ ଅପରାଧ ହ୍ରାସ ପାଇଛି ଏବଂ ବର୍ତ୍ତମାନ ପୁଞ୍ଜି ବିନିଯୋଗ ବଢୁଛି। ବର୍ତ୍ତମାନ ୟୁପିରେ ଆଇନର ରାଜ ଅଛି। ସେହିପରି କୌଣସି ଅର୍ଥନୀତି ଆଗକୁ ବଢିବା ପାଇଁ ଦେଶର ପ୍ରତ୍ୟେକ କ୍ଷେତ୍ରର ବିକାଶ ହେବା ଆବଶ୍ୟକ ପ୍ରଧାନମନ୍ତ୍ରୀ କହିଛନ୍ତି ।