ଓଡ଼ିଶା 365 (ବ୍ୟୁରୋ): ସରକାରୀ ଅର୍ଥ ଆତ୍ମସାତ ମାମଲାରେ ଦୁଇ ଠିକାଦାରଙ୍କୁ ଗିରଫ କ ଭିରିଛିଜିଲାନ୍ସ । SC/ST ଛାତ୍ରୀ ନିବାସରେ ନିମ୍ନ ମାନର କାମ ହୋଇଥିବା ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଟିମକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ 5-T ସଚିବ । ଏହାପରେ ତଦନ୍ତ କରି ସ୍ବତନ୍ତ୍ର ଶ୍ରେଣୀ ଠିକାଦାର ବିଜୟ ଅଗ୍ରୱାଲ ଓ ତାଙ୍କ ପାୱାର ଅଫ୍ ଆଟର୍ଣ୍ଣି ଦୀପକ ଅଗ୍ରୱାଲଙ୍କୁ ବାନ୍ଧିଛି ଭିଜିଲାନ୍ସ । ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୱନ୍ତ ଜେଠୱା ।
ସୂଚନାଯୋଗ୍ୟ ଯେ, ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତିର ପିଲାଙ୍କ ପାଇଁ ୪ଟି ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ଆସିଥିବା ଅର୍ଥ ସେମାନେ ହେରଫେର କରିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଉଭୟଙ୍କୁ ଗିରଫ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ମୁକୁନ୍ଦପୁର SC/ST ଛାତ୍ରୀ ନିବାସରେ ଭିଜିଲାନ୍ସ ତଦନ୍ତ ଆରମ୍ଭ । 5-T ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତ ସମୟରେ ଏହି ଛାତ୍ରୀ ନିବାସ ବୁଲି ଦେଖିଥିଲେ । ନିମ୍ନମାନର କାମ ହୋଇଥିବା ଦେଖି 5-T ସଚିବ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପରେ ଜିଲ୍ଲାପାଳ ଏହି ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ଚିଠି କରିଥିଲେ । ମଙ୍ଗଳବାର କଟକ ଭିଜିଲାନ୍ସର ଏକ ଟିମ୍ ମୁକୁନ୍ଦପୁର ପହଞ୍ଚି ଆରମ୍ଭ କରିଛି ତଦନ୍ତ ।