ଓଡ଼ିଶା 365 (ବ୍ୟୁରୋ) : କଞ୍ଚା କଦଳୀ ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି ନାହିଁ । ସାଧାରଣତଃ ପାଚିଲା କଦଳୀ ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। କିନ୍ତୁ କଞ୍ଚା କଦଳୀରେ ଅନେକ ଚମତ୍କାରୀ ଗୁଣ ଅଛି ଯାହାକି ଆପଣ ପାଚିଲା କଦଳୀରୁ ମଧ୍ୟ ପାଇବେ ନାହିଁ । କଞ୍ଚା କଦଳୀରୁ ଶରୀର ପାଇଁ ଆବଶ୍ୟକୀୟ ଅନେକ ପୋଷକ ତତ୍ତ୍ୱ ମିଳିଥାଏ ।ଆସନ୍ତୁ ଜାଣିବା କଞ୍ଚା କଦଳୀ ଖାଇବା ଦ୍ୱାରା ଆଉ କ’ଣ ସବୁ ଲାଭ ମିଳେ ? ପ୍ରତିଦିନ କଞ୍ଚାକଦଳୀ ଖାଇଲେ ହାଡ଼ ମଜଭୂତ ହୋଇଥାଏ। କଦଳୀରେ ଏକ ପ୍ରକାର ସ୍ୱତନ୍ତ୍ର ପ୍ରୋବାୟୋଟିକ୍ ରହିଥାଏ, ଯାହା ହାଡ଼ରେ ଦେଖିଯାଉଥିବା କ୍ୟାଲସିୟମର ଅଭାବକୁ ପୂରଣ କରିଥାଏ ।
କଞ୍ଚାକଦଳୀରେ ପୋଟାସିୟମ ପ୍ରଚୁର ମାତ୍ରାରେ ରହିଥାଏ, ଯାହା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏହାକୁ ଖାଇବା ଦ୍ୱାରା ମଧ୍ୟ ଦିନ ତମାମ ଆପଣ ସକ୍ରିୟ ରହିଥାନ୍ତି । କଞ୍ଚା କଦଳୀରେ ମ୍ୟାଗ୍ନେସିୟମ ଥିବା ଯୋଗୁଁ ଅତି ସହଜରେ ଖାଦ୍ୟ ପାଚନ ହୋଇଥାଏ ଏବଂ ମେଟାବୋଲିଜିମକୁ ସୁସ୍ଥ ରଖିଥାଏ । ଶିଶୁ କଞ୍ଚାକଦଳୀ ଖାଇବା ସ୍ୱାସ୍ଥ୍ୟପକ୍ଷେ ଖୁବ୍ ଲାଭଦାୟକ ହୋଇଥାଏ । କଞ୍ଚାକଦଳୀରେ ପ୍ରଚୁର ମାତ୍ରାରେ ପୋଟାସିୟମ ରହିଥାଏ, ଯାହା ରକ୍ତ ସଂଚାଳନ ଠିକ୍ ରଖିବା ସହ ରକ୍ତ ଚାପ ନିୟନ୍ତ୍ରଣ କରିଥାଏ । କଞ୍ଚା କଦଳୀ ଆମାଶୟ ଏବଂ ଅନ୍ତ ଫୁଲିବା ସମସ୍ୟା ଦୂର କରିଥାଏ ।ଏହା ସହିତ କଞ୍ଚାକଦଳୀରେ ଭିଟାମିନ ବି-୬, ଭିଟାମିନ-ସି ଏବଂ ଆଣ୍ଟି ଅକ୍ସିଡାଣ୍ଟ ମଧ୍ୟ ରହିଛି, ଯାହା କୋଷିକାକୁ ପୋଷଣ ଦେଇଥାଏ ।