ଓଡ଼ିଶା 365 (ବ୍ୟୁରୋ): ଯାତ୍ରା କରିବାକୁ ଅଧିକାଂଶ ଲୋକେ ପସନ୍ଦ କରିନଥାନ୍ତି । ଏହାର ମୁଖ୍ୟ କାରଣ ହେଉଛି ବାନ୍ତି । ଏହି ସମସ୍ୟା ଅନେକ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ଏଥିପାଇଁ ଆପଣ ଯାତ୍ରା ସମୟରେ ବାନ୍ତି ନହେବା ପାଇଁ ମେଡିସିନ୍ ମଧ୍ୟ ବ୍ୟବହାର କରିଥାନ୍ତି । ଏହାସତ୍ୱେ ମଧ୍ୟ ବାନ୍ତି ସମସ୍ୟା ଦୂର ହୋଇନଥାଏ । ହେଲେ ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବତାଇବୁ , ଯାହା ଆପଣଙ୍କ ବାନ୍ତିି ସମସ୍ୟାକୁ ଦୂର କରିବ ।
ଯାତ୍ରା କରିବା ସମୟରେ ସାଙ୍ଗରେ ଏକ ଲେମ୍ବୁ ନିଅନ୍ତୁ । ଯେତେବେଳେ ଆପଣଙ୍କୁ ବାନ୍ତିି ଲାଗିବ ସେହି ସମୟରେ ଲେମ୍ବୁ ଚୋପା ଛଡ଼ାଇ ଶୁଘଂନ୍ତୁ , ଏପରି କରିବା ଦ୍ୱାରା ଆପଣଙ୍କୁ ଆଉ ବାନ୍ତି ଲାଗିବ ନାହିଁ । ଏହାସହ ଲବଙ୍ଗକୁ ଗୁଣ୍ଡ କରି ଗୋଟିଏ ଡବାରେ ରଖିଦିଅନ୍ତୁ। ବାନ୍ତି ଲାଗିବା ସମୟରେ ଗୋଟିଏ ଚାମଚ ଲବଙ୍ଗ ଗୁଣ୍ଡ ସହ ସାମାନ୍ୟ ଚିନି କିମ୍ବା କଳା ଲୁଣ ମିଶାଇ ଏହାକୁ ଖାଆନ୍ତୁ, ବାନ୍ତି ସମସ୍ୟା ଦୂର ହୋଇଯିବ ।
ତୁଳସୀ ପତ୍ର ମଧ୍ୟ ବାନ୍ତି ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେବ ।ତେଣୁ ଯାତ୍ରା ସମୟରେ ପାଖରେ ତୁଳସୀ ପତ୍ର ରଖନ୍ତୁ । ଏହାସହ ଗୋଟିଏ ବୋଟଲରେ ଲେମ୍ବୁ ଏବଂ ପୁଦିନା ରସକୁ କଳା ଲୁଣ ମିଶାଇ ପିଅନ୍ତୁ। ଯାହାଫଳରେ ବାନ୍ତି ଲାଗିବ ନାହିଁ।
ସବୁଠୁ ବଡ଼ କଥା ହେଉଛି ଯଦି ଆପଣ ବସରେ ଯାତ୍ରା କରୁଛନ୍ତି ଆଉ ଆପଣଙ୍କୁ ବାନ୍ତି ଲାଗୁଛି ତେବେ ଆପଣ ବସିଥିବା ସିଟରେ ଗୋଟିଏ ପେପର ପକାଇ ଦିଅନ୍ତୁ। ଦେଖିବେ ଆପଣଙ୍କୁ ବାନ୍ତି ଲାଗିବ ନାହିଁ ।