ଓଡ଼ିଶା 365 (ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଦେଶରେ ବିଭିନ୍ନ ସ୍ଥାନରେ ୪୫ ଟି ରୋଜଗାର ମେଳା କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଭିଡ଼ିଓ କନଫେରେନ୍ସ ମାଧ୍ୟମରେ କାର୍ଯ୍ୟକ୍ରମ ଯୋଗଦେଇଛନ୍ତି । ସିଆରପିଏଫ, ବିଏସଏଫ, ଏସଏସବି, ଏନସିବି ଭଳି ବିଭାଗରେ ନୂତନ ରୁପେ ଚାକିରୀ ପାଇଥିବା ଯୁବକ ଯୁବତୀ ମାନେ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ନିଯୁକ୍ତି ପତ୍ର ଗ୍ରହଣ କରୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସ୍ମରଣୀୟ ଦିନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ପୁର୍ବରୁ ମଧ୍ୟ ୭୦ ହଜାରରୁ ଅଧିକ ଯୁବକ ଯୁବତୀ ମାନଙ୍କୁ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ମୋଦି । ଦେଶରେ ରୋଜଗାର ସୃଷ୍ଟି ହେଉଛି । ଯୁବପିଢ଼ି ଚାକୀରି କରି ଦେଶର ନୂଆ ଭବିଷ୍ୟତ ନିର୍ମାଣ କରୁଛନ୍ତି । ଦେଶ ଆଗକୁ ବଢ଼ୁଛି ।