ଓଡ଼ିଶା 365 (ବ୍ୟୁରୋ): ଅଭିନେତାଙ୍କ ମୃତ୍ୟୁକୁ ଆଖାପାଖି ୩ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ବି ସମସ୍ତଙ୍କ ହୃଦୟରେ ଘର କରି ରହିଛନ୍ତି ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ଆପଣ ଜାଣନ୍ତି କି ସୁଶାନ୍ତଙ୍କ ମୃତ୍ୟୁପରେ ସେ ରହୁଥିବା ଘର ଖାଲିପଡିଥିଲା । ସୁଶାନ୍ତ ଏହି ଘରକୁ ବହୁତ୍ ଭଲ ପାଉଥିଲେ । ଘର ସହ ସୁଶାନ୍ତଙ୍କ ଅନେକ ସ୍ମୃତି ଯୋଡି ହୋଇରହିଛି । ତାଙ୍କ ମୃତ୍ୟୁପରେ ଏହି ଘରର ମୂଲ୍ୟ ଢ଼େର ଅଧିକ ବଢ଼ିଯାଇଥିଲା । ଏହାକୁ କିଣିବା ପାଇଁ ଅନେକ ଲୋକ ଆଗ୍ରହୀ ଥିଲେ । ହେଲେ ଶେଷରେ ଅଭିନେତ୍ରୀ ଆଦା ଶର୍ମା କିଣିନେଲେ ସୁଶାନ୍ତଙ୍କ ଫ୍ଲାଟ୍ ।
‘ଦ କେରଳ ଷ୍ଟୋରୀ’ ଫିଲ୍ମ ଜରିଆରେ ପ୍ରତ୍ୟେକ ଘରେ ଘରେ ଲୋକପ୍ରିୟ ପାଲଟିଥିବା ଅଭିନେତ୍ରୀ ଆଦା ଶର୍ମା ମୁମ୍ବାଇରେ ଘର କିଣିଥିବା ଶୁଣିବାକୁ ମିଳିଥିଲା। ଏବେ ସେ ସୁଶାନ୍ତ ରହୁଥିବା ଘରକୁ କିଣିଥିବା ସ୍ପଷ୍ଟ ହୋଇଛି। ୨୦୨୦ରେ ଅଭିନେତା ଆତ୍ମହତ୍ୟା କରିଥିଲେ। ସେବେଠାରୁ ଫ୍ଲାଟ୍ଟି ଖାଲି ପଡ଼ିଥିଲା। ଦୀର୍ଘ ତିନି ବର୍ଷ ପରେ ସୁଶାନ୍ତଙ୍କ ଶେଷ ସନ୍ତକକୁ ଆଦା କିଣିଛନ୍ତି। ହେଲେ ଆଦା କେବେ ସୁଶାନ୍ତଙ୍କ ଘରେ ରହିବେ ତାହା ଏପର୍ଯ୍ୟନ୍ତ ସ୍ଥିର କରିନାହାନ୍ତି ଅଭିନେତ୍ରୀ ।