ଓଡ଼ିଶା 365 (ବ୍ୟୁରୋ) : ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ଇତିହାସ ରଚିଲେ ନୀରଜ ଚୋପ୍ରା । ପୂର୍ବରୁ ମଧ୍ୟ ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଦେଶବାସୀଙ୍କୁ କରିଥିଲେ ଗୌରବାନ୍ଦିତ। ପ୍ରଥମ ଭାରତୀୟ ଭାବେ ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ଐତିହାସିକ ସ୍ବର୍ଣ୍ଣ ବିଜେତା । ବିଶ୍ବ ଆଥଲେଟିକ ଚମ୍ପିଆନସିପ ଜାଭେଲିନ ଥ୍ରୋ ଫାଇନାଲରେ ସେ ୮୮.୧୭ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଦ୍ୱିତୀୟ ସ୍ଥାନରେ ପାକିସ୍ତାନର ଅର୍ଶଦ ନଦୀପ ୮୭.୮୨ମିଟର ଜାଭେଲିନ ଫିଙ୍ଗି ରୌପ୍ୟରେ ହାସଲ କରିଥିବା ବେଳେ ଜାକବ ଭାଲଡେଚ ୮୬.୬୭ ମିଟର ଜାଭେଲିନ ଥ୍ରୋ କରି ବ୍ରୋଞ୍ଚ ପଦକ ଜିତିଛନ୍ତି । ୪୦ ବର୍ଷ ପରେ ଭାରତକୁ ଆଥଲେଟରେ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି । ନୀରଜ ଚୋପ୍ରା ତାଙ୍କ ପ୍ରଥମ ପ୍ରୟାସରେ ବିଫଳ ହୋଇଥିଲେ ।
ଦ୍ବିତୀୟ ପ୍ରୟାସରେ ଜବରଦସ୍ତ କମବ୍ୟାକ କରି ୮୮.୧୭ ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନରେ ଅଧିକାର କରିଥିଲେ । ତେବେ ନୀରଜ ଓ ନଦୀମଙ୍କ ମଧ୍ୟରେ କଡ୍ଡା ଟକ୍କର ହୋଇଥିଲା ।
ପ୍ରଥମ ଭାରତୀୟ ଭାବେ ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ନୀରଜ । ୨୫ ବର୍ଷୀୟ ନୀରଜଙ୍କର ଏହି ସଫଳତାରେ ଆଜି ସାରା ଦେଶ ଗର୍ବି ଅନୁଭବ କରୁଛି । ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ବିଶ୍ବ ଆଥଲେଟିକ ଚମ୍ପଆନସିପରେ ଭାରତର ଏହା ତୃତୀୟ ପଦକ । ପୂର୍ବରୁ ୨୦୨୨ ସଂସ୍କରଣରେ ନୀରଜ ରୌପ୍ୟ ଓ ମହିଳା ଲଙ୍ଗ ଜମ୍ପର ଅଞ୍ଜୁ ବବି ଜର୍ଜ ୨୦୦୩ରେ ପ୍ୟାରିସ ସଂସ୍କରଣରେ କାଂସ୍ୟ ପଦକ ଜିତିଥିଲେ ।