ଓଡ଼ିଶା 365 (ବ୍ୟୁରୋ) : ହଙ୍ଗେରିର ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି ରଚିଛି । ଜାଭେଲିନ ଥ୍ରୋ ଖେଳରେ ସ୍ବର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି । ସେ ଦ୍ୱିତୀୟ ରାଉଣ୍ଡରେ ୮୮.୧୭ ମିଟର ଜାଭେଲିନ ଫିଙ୍ଗିଥିବା ଜଣାପଡ଼ିଛି । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇଛନ୍ତି ନୀରଜ ଚୋପ୍ରା । ନୀରଜଙ୍କ ଏହି ସଫଳତା ପେର ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀରଜଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନୀରଜ ଜଣେ ପ୍ରତିଭାବାନ ଓ ଉତ୍କର୍ଷତାର ଉଦାହରଣ ବୋଲି କହିଛନ୍ତି ମୋଦି । ଏହା ସହ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ନୀରଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।