ଓଡ଼ିଶା 365 (ବ୍ୟୁରୋ): ବଲିଉଡ ଜଗତରେ ଜଣେ ବିଗ୍ ବି ତ ଆଉ ଜଣେ କିଙ୍ଗ୍ ଖାନ୍ । ଏମାନଙ୍କୁ ଏକାଠି ପରଦାରେ ଦେଖିବାକୁ ଚାତକ ପରି ଚାହିଁରହିଥାନ୍ତି ଫ୍ୟାନ୍ସମାନେ । ନିଜର ଦମଦାର ଅଭନୟରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି ଉଭୟେ । ବର୍ତ୍ତମାନ ସମୟରେ ଅମିତାଭ ବଚ୍ଚନ ଓ ଶାହାରୁଖ ଖାନଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ଦୀଙର୍ ୧୭ ବର୍ଷ ପରେ ଉଭୟ ଅମିତାଭ ଓ ଶାହାରୁଖଙ୍କ ଯୋଡ଼ି ପୁଣିଥରେ ପରଦାରେ ଦେଖିବାକୁ ମିଳିବ ।
ସୁଚନା ଅନୁଯାୟୀ, ୨୦୦୬ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କଭି ଅଲବିଦା ନା କେହନା’ ରେ ଉଭୟ ଷ୍ଟାରଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଆସକ୍ ଝଜକ ସେସନରେ ଶାହରୁଖ ଖାନ ପ୍ରକାଶ କରିଛନ୍ତି ଯେ ୧୭ ବର୍ଷ ପରେ ଅମିତାଭ ବଚ୍ଚନଙ୍କ ସହ କାମ କରିବା ମଜା ଅଟେ। ତାଙ୍କ ନୂଆ ପ୍ରୋଜେକ୍ଟର ସୁଟିଂରୁ ତାଙ୍କର ଏବଂ ଅମିତାଭଙ୍କ ଫଟୋ ଉପରେ ଶାହାରୁଖ ଖାନ ପ୍ରତିକ୍ରିୟା ଦେଇଛନ୍ତି। କିଙ୍ଗ ଖାନ ୭ସେପ୍ଟେମ୍ବରରେ ତାଙ୍କ ଚଳଚ୍ଚିତ୍ର ଜୱାନ ରିଲିଜ ପାଇଁ ପ୍ରସ୍ତୁତ ଅଛନ୍ତି। କୁହାଯାଉଛି ଯେ, ଶାହାରୁଖ ଏବଂ ଅମିତାଭ ଖୁବ୍ ଶୀଘ୍ର ଏକ ଫିଲ୍ମ ପାଇଁ ଏକାଠି ନଜର ଆସିପାରନ୍ତି।