ଓଡ଼ିଶା365(ବ୍ୟୁରୋ): ଗଗନଯାନ ମିସନ୍ ଅନ୍ତର୍ଗତ ଭାରତ ମହାକାଶକୁ ପଠାଇବ ମହିଳା ରୋବଟ ‘ବ୍ୟୋମମିତ୍ର’। କେନ୍ଦ୍ର ବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏନ୍ଡିଟିଭି ଜି୨୦-କନକ୍ଲେଭ୍କୁ ଏକ ସାକ୍ଷାତକାର ଏହି ସୂଚନା ଦେଇଛନ୍ତି। ଅକ୍ଟୋବର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ପ୍ରଥମେ ମହାକାଶକୁ ପରୀକ୍ଷାମୂଳକ ଭାବେ ଏକ ମହାକାଶଯାନ ପଠାଯିବ। ଏହାପରେ ମହିଳା ରୋବଟ ‘ବ୍ୟୋମମିତ୍ର’କୁ ମହାକାଶକୁ ପଠାଯିବ। ମନ୍ତ୍ରୀ କହିଛନ୍ତି, ଗଗନଯାନ ପ୍ରକଳ୍ପ ମହାମାରୀ ଯୋଗୁଁ ବିଳମ୍ବ ହୋଇଯାଇଛି। ଆମେ ଅକ୍ଟୋବର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ପ୍ରଥମ ଟ୍ରାଏଲ ମିସନ୍ର ଯୋଜନା କରୁଛୁ। ଦ୍ବିତୀୟ ମିସନ୍ରେ ମହିଳା ରୋବଟ ପଠାଯିବ ଏବଂ ଏହି ରୋବଟ ମାନବ ଭଳି ସମସ୍ତ କାର୍ଯ୍ୟ ସମ୍ପାଦନ କରିବ