ଓଡ଼ିଶା365(ବ୍ୟୁରୋ): ବିଶ୍ବର ୪ଟି ଦେଶର ୪ ମହାକାଶଚାରୀଙ୍କୁ ନେଇ ଶନିବାର ରାତିରେ ‘କେନେଡି ସ୍ପେସ୍ ସେଣ୍ଟର୍’ରୁ ‘ସ୍ପେସ୍ଏକ୍ସ’ର ଏକ ରକେଟ୍ ଆନ୍ତର୍ଜାତିକ ମହାକାଶ ଗବେଷଣା କେନ୍ଦ୍ର ଅଭିମୁଖେ ଯାତ୍ରା କରିଥିବା କଥା ‘ସିଏନ୍ଏନ୍’ ରିପୋର୍ଟ କରିଛି। ଶନିବାର ରାତିରେ ‘କେନେଡି ସ୍ପେସ୍ ସେଣ୍ଟର୍’ର ‘ଲଞ୍ଚ୍ ପ୍ୟାଡ୍ ୩୯-ଏ’ରୁ ‘ଫାଲ୍କନ୍ ରକେଟ୍ ୯’ ‘କ୍ରୁ-ସେଭେନ୍’ ନାମକ ‘ଡ୍ରାଗନ୍ ଏଡ୍ୟୁରାନ୍ସ୍’ କ୍ୟାପ୍ସୁଲ୍ରେ ଉକ୍ତ ମହାକାଶଚାରୀମାନଙ୍କୁ ନେଇ ମହାକାଶକୁ ଯାତ୍ରା କରିଛି।
୪ ମହାକାଶଚାରୀଙ୍କ ମଧ୍ୟରୁ ମିସନ୍ କମାଣ୍ଡର୍ ଭାବେ ଅଛନ୍ତି ‘ନାସା’ର ଜାସ୍ମିନ୍ ମୋଗ୍ବେଲି,‘ୟୁରୋପୀୟ ମହାକାଶ ଏଜେନ୍ସି’ର ପ୍ରତିନିଧି ଡେନ୍ମାର୍କର ଏଣ୍ଡ୍ରିଏସ୍ ମଗେନ୍ସେନ୍, ‘ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସି’ର ସାତୋଶି ଫୁରୁକାୱା ଏବଂ ‘ରସ୍କସ୍ମସ୍’ର ରୁଷୀୟ ମହାକାଶଚାରୀ କନ୍ଷ୍ଟାଣ୍ଟିନ୍ ବୋରିସୋଭ୍। କକ୍ଷପଥରେ ପହଞ୍ଚିବା ପରେ ‘କ୍ରୁ ଡ୍ରାଗନ୍ କ୍ୟାପ୍ସୁଲ୍’ ‘ଫାଲ୍କନ୍-୯’ ରକେଟ୍କୁ ପୃଥକ୍ ହୋଇ କକ୍ଷପଥରେ ଏକାକି ପରିକ୍ରମା ଆରମ୍ଭ କରିଛି।